ଇଞ୍ଜିନ୍‌ରେ ନିଆଁ ଲାଗିବାରୁ ଏୟାର୍‌ପୋର୍ଟକୁ ଫେରିଆସିଲା ଗୋଆ ମନ୍ତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ବିମାନ

ପାନାଜୀ: ରବିବାର ରାତିରେ ନିଆଁ ଲାଗି ଇଞ୍ଜିନ ଅକାମି ହୋଇଯିବାରୁ ଗୋଆ ବିମାନ ବନ୍ଦରକୁ ଫେରି ଆସିଲା ୧୮୦ ଜଣ ଯାତ୍ରୀଙ୍କୁ ନେଇ ଗୋଆରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ। ଯାତ୍ରୀମାନଙ୍କ ମଧ୍ୟରେ ଥିଲେ ଗୋଆର ପରିବେଶ ମନ୍ତ୍ରୀ ନୀଳେଶ କାବ୍ରାଲ୍‌ ଏବଂ ଦଳେ ସରକାରୀ ଅଧିକାରୀ।

ଘଟଣା ସତ ବୋଲି କହି କାବ୍ରାଲ୍‌ କହିଛନ୍ତି ଯେ ବାମ ପାର୍ଶ୍ୱ ଇଞ୍ଜିନରେ ନିଆଁ ଲାଗିବାର ଦୃଶ୍ୟ ବିମାନ ଯାତ୍ରୀଙ୍କ ମଧ୍ୟରେ ଭୟ ଓ କୋଳାହଳ ସୃଷ୍ଟି କରିଥିଲା। କିନ୍ତୁ ପାଇଲଟ୍‌ ପରିସ୍ଥିତର ଉତ୍ତମ ମୁକାବିଲା କରିଥିଲେ।

କାବ୍ରାଲ୍‌ କହିଲେ: ଗତ ରାତିରେ ବିମାନଟି ଉଡ଼ିବାର ପ୍ରାୟ ୨୦ ମିନିଟ୍‌ ପରେ ତା’ର ବାମ ପାର୍ଶ୍ୱ ଇଞ୍ଜିନରେ ନିଆଁ ଜଳିଲା। ଯାତ୍ରୀମାନେ ଇଞ୍ଜିନରେ ଲାଗିଥିବା ନିଆଁ ଦେଖିବା ମାତ୍ରେ ଚିତ୍କାର କରିଥିଲେ। କିନ୍ତୁ ପାଇଲଟ୍‌ ଇଞ୍ଜିନ୍‌ ବନ୍ଦ କରି ଦେଇ ଗୋଟିଏ ଇଞ୍ଜିନ୍‌ରେ ବିମାନ ଉଡ଼ାଇ ପରିସ୍ଥିତିକୁ ଉତ୍ତମ ଭାବେ ସମ୍ଭାଳି ନେଇଥିଲେ।

Image Source: United News of India

ସେ ଆହୁରି କହିଲେ ଯେ ବିମାନଟିକୁ ଗୋଆ ଫେରାଇ ଅଣାଗଲା। ରାତି ୧୨: ୪୦ରେ ଦିଲ୍ଲୀ ଯିବାକୁ ଥିବା ପରବର୍ତ୍ତୀ ବିମାନରେ ଆମ ଯିବା ଲାଗି ବ୍ୟବସ୍ଥା କରାଗଲା। ଶେଷରେ ଭୋର୍‌ ୪ଟା ବେଳେ ଆମେ ଦିଲ୍ଲୀରେ ପହଞ୍ଚିଲୁ।

ଘଟଣା ସମ୍ବନ୍ଧରେ ଏୟାର୍‌ଲାଇନ୍‌ ତରଫରୁ ଏ ପର୍ଯ୍ୟନ୍ତ କୌଣସି ବିବୃତି ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର