ଦେଶର ଘରୋଇ ବିମାନ କମ୍ପାନିଗୁଡ଼ିକ ମଧ୍ୟରେ ସବୁଠାରୁ ଖରାପ ହେଉଛି ଇଣ୍ଡିଗୋ ଏୟାର ଲାଇନସ୍‌: ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡ଼ାଣ ସେବା ପ୍ରଦାନ କରୁଥିବା ଘରୋଇ ବିମାନ କମ୍ପାନିଗୁଡ଼ିକ ମଧ୍ୟରେ ସବୁଠାରୁ ଖରାପ କମ୍ପାନି ହେଉଛି ଇଣ୍ଡିଗୋ ଏୟାରଲାଇନ୍ସ। ଦେଶରେ ଘରୋଇ ବିମାନ ସେବା ପ୍ରଦାନ କରୁଥିବା କମ୍ପାନିଗୁଡ଼ିକ ମଧ୍ୟରେ ସବୁଠାରୁ ତଳ ସ୍ଥାନରେ ଇଣ୍ଡିଗୋ ଏୟାର ଲାଇନ୍ସ ରହିଛି ବୋଲି ଦେଶ ମଧ୍ୟରେ ଉଡ଼ାଣ ସେବା ପ୍ରଦାନ କରୁଥିବା ଘରୋଇ ବିମାନ କମ୍ପାନିଗୁଡ଼ିକର ସେବାର ମାନକୁ ପରୀକ୍ଷା କରି ରିପୋର୍ଟ ଦେବାକୁ ପ୍ରସ୍ତୁତ ହୋଇଥିବା ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି ଏପରି ରିପୋର୍ଟ ପ୍ରଦାନ କରିଛି।

ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟିର ମୁଖ୍ୟ ଥିବା ତୃଣମୂଳ କଂଗ୍ରେସର ସାଂସଦ ଦୀପକ ଓ‘ ବ୍ରେନ୍‌ କହିଛନ୍ତି ଯେ ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀମାନଙ୍କର ବିମାନ ଭିତରେ ଯାତ୍ରୀମାନଙ୍କ ପ୍ରତି ବ୍ୟବହାର ଅତ୍ୟନ୍ତ ରୁକ୍ଷ। ଏହାଛଡ଼ା ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା କରିବା ପାଇଁ ଟିକେଟ କରଥିବା ଯଦି କୌଣସି ଯାତ୍ରୀ କୌଣସି କାରଣରୁ ଟିକେଟ ବାତିଲ କରୁଛନ୍ତି ତେବେ ସେମାନଙ୍କ ଟିକେଟ ବାବଦ ଅର୍ଥର ୫୦ ପ୍ରତିଶିତ କାଟି ନେଉଥିବାରୁ ଏବାବଦରେ ମଧ୍ୟ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି, ପାର୍ଲଆମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି।

ସମ୍ବନ୍ଧିତ ଖବର