ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିଆଁମାରରେ ଓହ୍ଲାଇଲା ବେଙ୍ଗାଲୁରୁ-ବ୍ୟାଙ୍ଗ୍‌କକ୍‌ ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଦୁଇଟି ଇଞ୍ଜିନ୍‌ରୁ ଗୋଟିକରେ ଅଏଲ୍‌ ପ୍ରେସର୍‌ ହେଉଥିବା ସୂଚନା ମିଳିବା ପରେ ମଙ୍ଗଳବାର ଦିନ ବେଙ୍ଗାଲୁରୁରୁ ବ୍ୟାଙ୍ଗ୍‌କକ୍‌କୁ ଯାଉଥିବା ଏକ ଇଣ୍ଡିଗୋ ବିମାନ ପଥ ପରିବର୍ତ୍ତନ କରି ମିଆଁମାରର ୟାଙ୍ଗୁନ୍‌କୁ ପଥ ପରିବର୍ତ୍ତନ କରିଥିଲା।

ବିମାନରେ ଥିବା ୧୨୯ ଜଣ ଯାତ୍ରୀ ଏବଂ ୬ ଜଣ ବିମାନ ପରିଚାରକ ନିରାପଦରେ ୟାଙ୍ଗୁନ୍‌ରେ ଅବତରଣ କରିଥିବା କଥା ଏୟାର୍‌ଲାଇନ୍‌ ତରଫରୁ ଏକ ବିବୃତିରେ କୁହାଯାଇଛି। ବିବୃତି ଅନୁସାରେ, ବାଙ୍ଗାଲୋର୍‌-ବ୍ୟାଙ୍ଗ୍‌କକ୍‌ ପଥରେ ଯାତାୟାତ କରୁଥିବା 6E075 ନମ୍ବରବିଶିଷ୍ଟ ଇଣ୍ଡିଗୋ ବିମାନର ଗୋଟିଏ ଇଞ୍ଜିନ୍‌ରେ ତେଲ ଚାପ ଥିବାର ସୂଚନା ଆସିଥିଲା। A320 ମଡେଲ୍‌ ବିମାନଟି V2500 ଇଞ୍ଜିନ୍‌ରେ ଚାଲେ। ନିୟମ ଅନୁସାରେ ଆମ ପାଇଲଟ୍‌ ବିମାନଟିକୁ ନିରାପଦରେ ୟାଙ୍ଗୁନ୍‌ ଠାରେ ଅବତରଣ କରାଇଥିଲେ।

ପୂର୍ବ ଉଡ଼ାଣମାନଙ୍କରେ ବିମାନଟିରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବା ପରିଲକ୍ଷିତ ହୋଇ ନ ଥିଲା।

ଯାତ୍ରୀମାନଙ୍କ ସକାଶ ଇଣ୍ଡିଗୋ ଏୟାର୍‌ଲାଇନ୍‌ ଅନ୍ୟ ଏକ ବିମାନର ବ୍ୟବସ୍ଥା କରିଛି। ଆବଶ୍ୟକ ଅନୁସାରେ ଯାତ୍ରୀମାନଙ୍କ ରହଣି ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି।

ତ୍ରୁଟିଥିବା ଇଞ୍ଜିନ୍‌ଟିକୁ ଯାଞ୍ଜ କରାଯାଉଛି ଏବଂ ସେହି ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର