ଇନ୍ଦିରା ଗାନ୍ଧୀ ଜନ୍ମ ଶତବାର୍ଷିକୀ: ଲୌହ ମାନବୀଙ୍କୁ ଦେଶବାସୀଙ୍କ ସ୍ମରଣ

ନୂଆଦିଲ୍ଲୀ: ଜନ୍ମ ଶତବାର୍ଷିକୀରେ ‘ଭାରତର ଲୌହ ମାନବୀ- ଇନ୍ଦିରା ଗାନ୍ଧୀ’ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅଜାଡ଼ି ହୋଇ ପଡୁଛି। ଇନ୍ଦିରା ଗାନ୍ଧୀଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସହ ଇନ୍ଦିରା ଗାନ୍ଧୀଙ୍କ ସ୍ମାରକୀ ‘ଶକ୍ତିସ୍ଥଳ’ ଦର୍ଶନ କରିବାକୁ ଯାଇଥିଲେ।

ମୋଦି ଟୁଇଟ୍‌ କରିଛନ୍ତି: ଜନ୍ମବାର୍ଷିକୀ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି।


ରାଷ୍ଟ୍ରପତି କୋବିନ୍ଦ ଟୁଇଟ୍‌ କରିଛନ୍ତି: ଜନ୍ମ ଶତବାର୍ଷିକୀରେ ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ମରଣ କରୁଛି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

୧୯ ନଭେମ୍ବର, ୧୯୧୭ ମସିହାରେ ଜନ୍ମିତା ଶ୍ରୀମତୀ ଗାନ୍ଧୀ ପିତା ଜବାହରଲାଲ୍‌ ନେହେରୁଙ୍କ ପରେ ଭାରତର ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାରେ ରହିଥିଲେ।

ଜାନୁଆରି ୧୯୬୬ ରୁ ମାର୍ଚ ୧୯୭୭ ଏବଂ ଜାନୁଆରି ୧୪, ୧୯୮୦ରୁ ୧୯୮୪ରେ ତାଙ୍କର ମୃତ୍ୟୁ ଯାଏଁ ସେ ପ୍ରଧାନମନ୍ତ୍ର ପଦବୀରେ ରହିଥିଲେ।

ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଇନ୍ଦିରା ଗାନ୍ଧୀ ମେମୋରିଆଲ୍‌ ଟ୍ରଷ୍ଟ ତରଫରୁ ୧, ସଫଦରଗଞ୍ଜ ରୋଡ୍‌ସ୍ଥିତ ତାଙ୍କର ପୂର୍ବ ବାସଭବନ ତଥା ଇନ୍ଦିରା ଗାନ୍ଧୀ ମେମୋରିଆଲ୍‌ ମିଉଜିୟମ୍‌ ଠାରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି।

ସମ୍ବନ୍ଧିତ ଖବର