ନିର୍ବାଚନ ଲଢିବ ଇନ୍ଦିରାଗାନ୍ଧିଙ୍କ ହତ୍ୟାକାରୀର ପୁଅ

ଚଣ୍ଡିଗଡ଼ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ବେଅନ୍ତ ସିଂହର ପୁଅ ଗୁରୁବାର କହିଛି ଯେ ସେ ପଞ୍ଜାବର ଫରିଦକୋଟ ନିର୍ବାଚନ ମଣ୍ଡଳୀରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବ। ସରବଜିତ ସିଂହ (୪୫) କହିଛି ଯେ ଫରିଦକୋଟର ଅନେକ ଲୋକ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ, ତେଣୁ ସେ ସ୍ୱାଧୀନ ଭାବେ ଲଢ଼ିବ।

ସରବଜିତ୍ ସିଂହ ହେଉଛି ଇନ୍ଦିରା ଗାନ୍ଧୀଙ୍କ ଦୁଇ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ବେଅନ୍ତ ସିଂଙ୍କ ପୁଅ। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଙ୍ଗରକ୍ଷୀ ବେଅନ୍ତ ସିଂହ ଓ ସତୱନ୍ତ ସିଂହ ତାଙ୍କୁ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରିଥିଲେ।

ସରବଜିତ ୨୦୦୪ ଲୋକସଭା ନିର୍ବାଚନରେ ଭଟିଣ୍ଡାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲା। ତେବେ ସେହି ନିର୍ବାଚନରେ ସରବଜିତଙ୍କୁ ୧.୧୩ ଲକ୍ଷ ଭୋଟ୍ ମିଳିଥିଲା। ୨୦୦୭ରେ ସେ ପଞ୍ଜାବ ବିଧାନସଭା ନିର୍ବାଚନରେ ବରନାଲାର ଭଦୋର ଆସନରୁ ନିର୍ବାଚନ ଲଢ଼ିଥିଲା କିନ୍ତୁ ପରାଜିତ ହୋଇଥିଲା। ସେତେବେଳେ ତାଙ୍କୁ ୧୫,୭୦୨ ଖଣ୍ଡ ଭୋଟ୍ ମିଳିଥିଲା। ସରବଜିତ ପୁଣି ୨୦୧୪ ଲୋକସଭା ନିର୍ବାଚନରେ ଫତେଗଡ଼ ସାହିବରୁ ନିର୍ବାଚନ ଲଢ଼ିଥିଲା କିନ୍ତୁ ପରାଜିତ ହୋଇଥିଲା। ତେବେ ତାଙ୍କ ମା’ ବିମଳ କୌର ୧୯୮୯ରେ ରୋପର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

 

 

ସମ୍ବନ୍ଧିତ ଖବର