ଇନ୍ଦିରା ଜୟସିଂହଙ୍କ ବିରୋଧରେ ବର୍ଷିଲେ କଙ୍ଗନା

‘ନିର୍ଭୟା ଦୋଷୀଙ୍କ ସହ ଜେଲ୍‌ରେ ରଖାଯାଉ’, କଙ୍ଗନାଙ୍କ ସହ ସମ୍ପୂର୍ଣ୍ଣ ଏକମତ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଇନ୍ଦିରା ଜୟସିଂହ ନିକଟରେ ନିର୍ଭୟାଙ୍କ ମା’ ଆଶା ଦେବୀଙ୍କୁ ସମସ୍ତ ଦୋଷୀଙ୍କୁ କ୍ଷମା କରିଦେବା ପାଇଁ କହିଥିଲେ। ଏହାକୁ ବିରୋଧ କରି ଆଜି କଙ୍ଗନା କଙ୍ଗନା କହିଛନ୍ତି, ଇନ୍ଦିରା ଜୟସିଂହଙ୍କୁ ଅନ୍ୟ ଦୋଷୀଙ୍କ ସହ ଜେଲ୍‌ରେ ରଖାଯିବା‌ ଉଚିତ। ଏଭଳି ମହିଳା ହିଁ ଏମିତି ରାକ୍ଷସଙ୍କୁ ଜନ୍ମ ଦେଇଥାନ୍ତି ବୋଲି କଙ୍ଗନା କହିଛନ୍ତି। ସେହିପରି ସମସ୍ତ ଦୋଷୀଙ୍କୁ ସର୍ବସମ୍ମୁଖରେ ଫାଶୀ ଖୁଣ୍ଟରେ ଝୁଲାଇବାପାଇଁ କଙ୍ଗନା ଦାବି କରିଛନ୍ତି।

କଙ୍ଗନାଙ୍କ ଏହି ଟିପ୍ପଣୀକୁ ସମର୍ଥନ କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ । ସେ କହିଛନ୍ତ , ‌ କଙ୍ଗନା ରାଣାୱତଙ୍କ କଥାରେ ସମ୍ପୂର୍ଣ୍ଣ ଭାବେ ଏକମତ। ଜୟସିଂହଙ୍କ ପରାମର୍ଶକୁ କଙ୍ଗନା ବିରୋଧ କରିଥିବାରୁ ଆଶା ଦେବୀ ଏଥିରେ ଖୁସିବ୍ୟକ୍ତ କରିଛନ୍ତି। ସେହିପରି ଦୁଷ୍କର୍ମକାରୀଙ୍କୁ ସର୍ବସମ୍ମୁଖରେ ଫାଶୀ ଦେବାପାଇଁ କଙ୍ଗନା ଯେଉଁ ଦାବି କରିଛନ୍ତି ତାହାକୁ ମଧ୍ୟ ଆଶା ଦେବୀ ସମର୍ଥନ କରିଛନ୍ତି। ଆଶା ଦେବୀ କହିଛନ୍ତି, ଏଭଳି ଘଟଣା ଉଦାହରଣୀୟ ଏବଂ ଏହାଦ୍ବାରା ଭବିଷ୍ୟତରେ ମଧ୍ୟ ଏଭଳି ଅପରାଧ କମିଯିବ। ଆଶା ଦେବୀ କହିଛନ୍ତି ତାଙ୍କ ଝିଅ ସହ ଯେତେବେଳେ ଏହି ଘୃଣ୍ୟ ଅପରାଧ ଘଟିଥିଲା ସେତେବେଳେ ସେ କିଭଳି ସ୍ଥିତିରେ ଥିଲେ ତାହା ସେ ନିଜେ ଜାଣନ୍ତି। ସେତେବେଳେ ଇନ୍ଦିରା ଜୟସିଂହ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର