ଭାରତୀୟ ବଂଶୋଦ୍ଭବ ପୁଲିସ ଅଧିକାରୀଙ୍କୁ ‘ଜାତୀୟ ହିରୋ’ କହିଲେ ଟ୍ରମ୍ପ୍‌

ୱାସିଂଟନ୍‌, : କାଲିଫର୍ଣ୍ଣିଆରେ ଗୁଳି ମାଡ଼ର ଶିକାର ହୋଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ପୁଲିସ ଅଧିକାରୀ ରୋନିଲ୍‌ ‘ରନ୍‌’ ସିଂହଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଜାତୀୟ ‘ହିରୋ’ର ମାନ୍ୟତା ଦେଇଛନ୍ତି। ଡିସେମ୍ବର ୨୬ ତାରିଖରେ ୩୩ ବର୍ଷୀୟ ସିଂହ ଜଣେ ବେଆଇନ ପ୍ରବାସୀଙ୍କ ଦ୍ବାରା ହତ୍ୟାର ଶିକାର ହେବା ଘଟଣାରେ ଆମେରିକା ବ୍ୟଥିତ ବୋଲି ସେ କହିଥିଲେ। ଆମେରିକାରେ ବସବାସ କରିବାର କୌଣସି ଅଧିକାର ନଥିବା ଜଣେ ବେଆଇନ ପ୍ରବାସୀ ଜଣେ ଆମେରିକୀୟ ହିରୋଙ୍କ ଜୀବନ ନେଇଗଲା। ଏହା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର