ଭାରତ-ଚୀନ୍‌ ସୀମା ବିବାଦ: ଭୌଗୋଳିକ ସ୍ଥିତିରୁ ବାୟୁସେନା ସୁବିଧାରେ

ଚଣ୍ତୀଗଡ: ଭାରତର ଗୁରୁତ୍ବପୂର୍ଣ୍ଣ ତଥା ସର୍ବୋଚ୍ଚ ସୀମା‌ ଲଦାଖରେ ବାୟୁସେନାର ଗତିବିଧି ଦିନକୁ ଦିନ ସୁଦୃଢ଼ ହୋଇଥିବା ସ୍ପଷ୍ଟ ହୋଇଛି। ୨୦୧୩ ମସିହାରେ ସେଠାକାର ଦୌଲତ ବେଗ୍ ଓଲଡି ଏୟାର ଷ୍ଟ୍ରିପ୍‌ରେ ବିଶାଳ ପରିବହନ ବାହକ ହରକୁଲେସ୍‌ ବିମାନ ଅବତରଣ କରିବାଠୁ ଆରମ୍ଭ କରି ସମ୍ପ୍ରତି ସେଠାରେ ଯବାନଙ୍କୁ ସହାୟତା ଯୋଗାଇବା ଲାଗି ଆପାଚି ହେଲିକପ୍ଟର ନିୟୋଜିତ ହେବା ଏବଂ ନିକଟ ଅତୀତରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟ ଅଂଚଳ ଯାଏ ଯୁଦ୍ଧ ବିମାନ ଚଳାଚଳ କରିବା ଆଦି ଘଟଣା ତାହାର ଅଂଶ ସ୍ବରୂପ ମାତ୍ର। ତେବେ ମୋଟାମୋଟି ଭାବେ ଲଦାଖ ସୀମାରେ ନିୟୋଜିତ ଭାରତୀୟ ବାୟୁସେନା ଠିକଣା ସ୍ଥାନରେ ସୁସଜ୍ଜିତ ହୋଇ ସ୍ଥାନୀତ ହେବା ସହ ଗଲୱାନ ସଂଘର୍ଷ ପରେ ସେଠାରେ ଯେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ଭାବେ ପ୍ରସ୍ତୁତ ବୋଲି ଶନିବାର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆର୍କେଏସ୍‌ ଭଦୌରିଆ କହିଛନ୍ତି। ତେବେ ଭୌଗୋଳିକ ଦୃଷ୍ଟିକୋଣରୁ ଭାରତୀୟ ବାୟୁସେନା ଲଦାଖରେ ସୁବିଧାଜନକ ସ୍ଥିିତିରେ ରହିଛି ବୋଲି ସାମରିକ ବିଶେଷଜ୍ଞଙ୍କ ମତ।

ଆଗରୁ ସେସବୁ ଅ‌ଂଚଳରେ ଜରୁରୀକାଳୀନ ସ୍ଥିତିରେ ସ୍ଥଳସେନାକୁ ସହଯୋଗ କରିବା ପାଇଁ ବାୟୁସେନା ନାଚାର ଥିଲା ା ମାତ୍ର ଏବେ ସେଠାରେ ଆପାଚି ପରି ଆକ୍ରାମକ ହେଲିକପ୍ଟର ଓ ତତ୍କାଳ ଊର୍ଦ୍ଧ୍ବ ଉଡ଼ାଣ କରିବାର କ୍ଷମତା ରଖୁଥିବା ଚିନୁକ୍ ପରି ହେଲିକପ୍ଟର ମଧ୍ୟ ସଜାଗ ହୋଇ ରହିଛି। ତେବେ ସେନା କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସେ ସମ୍ପର୍କରେ ସରକାର ତ୍ବରିତ ପୁଙ୍ଖାନୁପୁଙ୍ଖ ବିଚାରବିମର୍ଶ କରିବା ଜରୁରୀ ବୋଲି ସେମାନେ ମତ ଦେଇଛନ୍ତିା

ସମ୍ବନ୍ଧିତ ଖବର