ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ଭାରତ ଓ ଚୀନ୍ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ଲଦାଖ ନିକଟସ୍ଥ ତଥା ଚୀନ୍ ସୀମାରେ ଅବସ୍ଥିତ ମୋଲ୍ଡୋଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତ ପକ୍ଷରୁ ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ, ଲେପ୍ଟନାଣ୍ଟ ଜେନେରାଲ ପିଜିକେ ମେନନ୍ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ। ଉତ୍ତେଜନା ହ୍ରାସ କରିବା ନେଇ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦ ଏବଂ ଫିଙ୍ଗର ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ନେଇ ଏହି ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ସୂଚନାଯୋଗ୍ୟ, ଏଲ୍ଏସିରେ ଉତ୍ତେଜନା ହ୍ରାସ କରିବା ନେଇ ଉଭୟ ଦେଶର ସେନାସ୍ତରରେ ବହୁବାର ବୈଠକ ଅନୁଷ୍ଠିତ ହୋଇ ସାରିଲାଣି। ନିକଟରେ ମସ୍କୋଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ବୈଠକ ପରିପ୍ରେକ୍ଷୀରେ ଦୁଇ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା। ଏହା ସତ୍ତ୍ବେ ସୀମାରେ ଏପର୍ଯ୍ୟନ୍ତ ଉତ୍ତେଜନା ହ୍ରାସ ପାଇନାହିଁ।
ଭାରତ-ଚୀନ୍ ସୀମା ବିବାଦ: ଉତ୍ତେଜନା ହ୍ରାସ ପାଇଁ ଷଷ୍ଠ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ
/sambad/media/post_attachments/wp-content/uploads/2020/09/india-china-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)