ଭାରତ-ଚୀନ୍‌ ସୀମା ବିବାଦ, କଥାବାର୍ତ୍ତା ହିଁ ଖୋଲିବ ସମାଧାନର ରାସ୍ତା

ନୂଆଦିଲ୍ଲୀ: ଲଦାଖ୍‌ରେ ଭାରତ-ଚୀନ୍‌ ସୀମା ବିବାଦ ଏବେ ଜଟିଳ ସ୍ଥିତି ସୃଷ୍ଟି କରିଛି ଏବଂ ଏ ବାବଦ ସଙ୍କଟ ଦିନକୁ ଦିନ ବଢ଼ୁଥିବାରୁ ଏବେ ରାଜନୀତିକ ଓ କୂଟନୀତିକ କଥାବାର୍ତ୍ତା ଉପରେ ହିଁ ସବୁକିଛି ନିର୍ଭର କରୁଛି ବୋଲି କହାଯାଇଛି। ପୂର୍ବ ଲଦାଖ୍‌ରେ ପ୍ରାୟ ୧ ମାସ ଧରି ଉଭୟ ରାଷ୍ଟ୍ରର ସେନା ମୁହାମୁହିଁ ସ୍ଥିତିରେ ଥିବାରୁ ଉତ୍ତେଜନା ବଢ଼ି ଚାଲିଛି ଏବଂ କୌଣସି ପକ୍ଷ ଆଲୋଚନା ପାଇଁ ପ୍ରସ୍ତୁତ ହେଉନାହାନ୍ତି। ସେନା ଅଧିକାରୀସ୍ତରରେ ହେଉଥିବା ଆଲୋଚନା ନିଷ୍ଫଳ ହୋଇଥିବାରୁ ଏବେ ରାଜନୀତିକ ଓ କୂଟନୀତିକ ଆଲୋଚନା ହିଁ ସମାଧାନର ଏକମାତ୍ର ପନ୍ଥା ବୋଲି ଏସିଆ ବ୍ୟାପାର କୂଟନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି। ଲଦାଖ୍‌ର ଯେଉଁ ୩ଟି ଅଂଚଳରେ ଏବେ ଉତ୍ତେଜନା ଲାଗିରହିଛି ସେଠାରେ ଉଭୟ ପକ୍ଷରୁ ପ୍ରାୟ ୫ ହଜାର ସୈନ୍ୟ ମୁତୟନ ଅଛନ୍ତି ଏବଂ ଯେ କୌଣସି ସମୟରେ ମୁହାଁମୁହିଁ ଲଢ଼େଇ ଆଶଙ୍କା କରାଯାଉଛି ।

ଗଲୱାନ ଉପତ୍ୟକାକୁ ଚୀନ୍‌ ଜର ଅଂଚଳ ବୋଲି ଦର୍ଶାଇ ଯେଳଭି ସୈନ୍ୟ ଠୁଳ କରୁଛି ତାହା ସମସ୍ତଙ୍କୁ ବିସ୍ମିତ କରୁଛି। ଅନ୍ୟପକ୍ଷରେ ଭାରତ ନିଜ ସୀମାର ସୁରକ୍ଷା ପାଇଁ ସ୍ଥିତି ସୁଦୃଢ଼ କରିଛି ଏବଂ ଚୀନ୍‌କୁ ଉଚିତ ଶିକ୍ଷା ଦେବାପାଇଁ ପ୍ରସ୍ତୁତ ରହିଛି। ପଡ଼ୋଶୀ ରାଷ୍ଟ୍ରଙ୍କୁ ଡରାଇବା ପାଇଁ ଚୀନ୍‌ ଆକ୍ରମଣାତ୍ମକ ଭୂମିକାରେ ରହିଥିବାରୁ ଆମେରିକା ଏହା କଡ଼ା ସମାଲୋଚନା କରିବା ସହ ଏହାର ମୁକାବିଲା ନିମନ୍ତେ ଭାରତକୁ ପ୍ରସ୍ତୁତ ରହିବାକୁ କହିଛି।

ସମ୍ବନ୍ଧିତ ଖବର