ନୂଆଦିଲ୍ଲୀ: ଡୋକଲାମ ସଙ୍କଟର ସମାଧାନ ପାଇଁ ଭାରତ ଓ ଚୀନ୍ ଉଭୟ ପଟୁ ସେନା ପ୍ରତ୍ୟାହାର କରିଥିଲେ ମଧ୍ୟ ଏହି ବିବାଦର ପ୍ରଭାବ ଏବେ ବି ବଳବତ୍ତର ରହିଛି। ଏହାର ଫଳସ୍ୱରୂପ ଭାରତ ଓ ଚୀନ୍ ମଧ୍ୟରେ ହେବାକୁ ଥିବା ଔପଚାରିକ ସୀମା ବୈଠକ ବାତିଲ ହୋଇଯାଇଛି । କୂଟନୈତିକ ଉଦ୍ୟମରେ ଡୋକଲାମ ବିବାଦ ଥଣ୍ଡା ପଡ଼ିଥିଲେ ମଧ୍ୟ ଉଭୟ ରାଷ୍ଟ୍ର ମଧ୍ୟରେ ସବୁକିଛି ଠିକ୍୍ଠାକ ନଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି । ପାରମ୍ପରିକ ସୀମା ବୈଠକ ବାତିଲ ପାଇଁ ଭାରତ ଚୀନ୍କୁ ଦାୟୀ କରିଛି। ଉଭୟ ଦେଶର ସେନା ପ୍ରତିବର୍ଷ ଚୀନ୍ର ଜାତୀୟ ଦିବସରେ ଏଲ୍ଓସିରେ ବୈଠକ ଆୟୋଜନ କରିଥାନ୍ତି। ଆଜି ଏହି ବୈଠକ ହେବାର ଥିଲେ ମଧ୍ୟ ଏଥିପାଇଁ ଭାରତକୁ ଚୀନ୍ ସେନା ଆମନ୍ତ୍ରଣ ଦେଇନାହିଁ। ଅରୁଣାଚଳ ପ୍ରଦେଶର ୯୦ ହଜାର ବର୍ଗ କିମିକୁ ଚୀନ ନିଜର ବୋଲି ଦାବି କରୁଥିବା ବେଳେ ଚୀନ୍ର ଏଭଳି ବିସ୍ତାରବାଦୀ ଷଡ଼ଯନ୍ତ୍ରକୁ ଭାରତ ଜୋରଦାର ବିରୋଧ କରି ଆସିଛି। ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଅରୁଣାଚଳକୁ ଲାଗି ରହିଥିବା ସୀମା ବିବାଦୀୟ ରହିଥିବାରୁ ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ଏବେ ସୀମା ବୈଠକ ବାତିଲ ହୋଇଥିବାରୁ ତିକ୍ତତା ବଢ଼ିବା ସଙ୍କେତ ମିଳୁଛି।
ଭାରତ-ଚୀନ ସୀମା ବୈଠକ ବାତିଲ, ଡୋକଲାମ ବିବାଦର ପ୍ରଭାବ
/sambad/media/post_attachments/wp-content/uploads/2017/10/NBT-image.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)