ନୂଆଦିଲ୍ଲୀ: ଲଦାଖର ଭାରତ ଓ ଚୀନ ସେନା ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ମସ୍କୋଠାରେ ଗତ ୫ ତାରିଖରେ ସାଂଘାଇ ସହଯୋଗ ସଂଘ (ଏସ୍ସିଓ) ବୈଠକରେ ଯୋଗଦେବା ପରିପ୍ରେକ୍ଷୀରେ ଦୁଇ ଦେଶର ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ ହୋଇଥିଲା। ଉତ୍ତେଜନାକୁ ହ୍ରାସ କରିବା ପାଇଁ ଏହି ବୈଠକରେ ଦୁଇ ପକ୍ଷ କୌଣସି ନିଷ୍କର୍ଷରେ ପହଞ୍ଚି ପାରି ନଥିଲେ। ଅର୍ଥାତ୍ ଆଲୋଚନା ଏକପ୍ରକାର ବିଫଳ ହୋଇଛି। ତେବେ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ ପରେ ଆସନ୍ତା ୧୦ ତାରିଖରେ ଦୁଇ ଦେଶର ବୈଦେଶିକମନ୍ତ୍ରୀସ୍ତରୀୟ ବୈଠକ ହେବାକୁ ଯାଉଛି। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୱି ଯୋଗଦେବେ। ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ। ବୈଠକ କେଉଁ ସମୟରେ ହେବ ତାହା ଏବେ ଚୂଡ଼ାନ୍ତ ହେଉଛି। ଦୁଇ ଦେଶ ମଧ୍ରରେ ଅତୀତରେ ହୋଇଥିବା ଦ୍ବିପାକ୍ଷିକ ରାଜିନାମାକୁ ସମ୍ମାନ ଦେବା ସହିତ ୩୪୮୮ କିମି ବ୍ୟାପୀ ଏଲଏସିରେ ସର୍ବନିମ୍ନ ସୈନିକ ମୁତୟନ ପାଇଁ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷଙ୍କୁ କହିବେ ବୋଲି ଆଶା କରାଯାଉଛି।
୧୦ରେ ଭାରତ-ଚୀନ ବିଦେଶ ମନ୍ତ୍ରୀ ଆଲୋଚନା
/sambad/media/post_attachments/wp-content/uploads/2020/08/india-china-flag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)