ଭିନ୍ନ ଢ଼ଙ୍ଗରେ ଯୋଗ କରି ଉଦାହରଣ ସୃଷ୍ଟି କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ ହେଉଥିବା ବେଳେଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଏକ ଭିନ୍ନ ଧରଣର ଯୋଗ କରି ଚର୍ଚ୍ଚାରେ ରହିଛନ୍ତି । ଯୋଗକୁ ସ୍ମରଣୀୟ କରିବା ପାଇଁ ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଏଭଳି ପ୍ରୟାସ କରିଛନ୍ତି । ସେମାନେ ଆଜି ଦିଗାରୁ ନଦୀରେ ଯୋଗ କରିଛନ୍ତି । ଏହି ଯୋଗ କାର୍ଯ୍ୟକ୍ରମରେ ଶତାଧିକ ଯବାନ ସାମିଲ ହୋଇଛନ୍ତି ।

ସେହିପରି ଏଟିଏସ ଲୋହିତପୁରରେ ଆଇଟିବିପିର ଯବାନମାନେ ଯୋଗ କରୁଥିବା ବେଳେ ସାଥୀରେ କୁକୁରମାନେ ଥିବାର ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶର ରୋହତଙ୍ଗ ପାସରେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ , ସମୁଦ୍ର ପତନଠାରୁ ୧୪୦୦୦ ଫୁଟ ଉଚ୍ଚରେ ଯବାନମାନେ ଯୋଗ କରିଛନ୍ତି ।

ସିକ୍କିମରେ ଆଇଟିବିପିର ଯବାନମାନେ ଓପି ଦୋରଜିଆଠାରେ ୧୯୦୦୦ ଫୁଟ ଉଚ୍ଚ ପାହାଡରେ ଯୋଗ କରିଛନ୍ତି । ଏଠାରେ ଏବେ ତାପମାତ୍ରା ମାଇନସ ୧୫ ଡିଗ୍ରୀ ସେଲସିୟସ ଥିବା ଜଣାଯାଇଛି । ଲଦାଖରେ ମାଇନସ୨୦ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ୧୮୦୦୦ ଫୁଟ ଉପରେ ଯୋଗ କରି ଏକ ଭିନ୍ନ ଉଦାହରଣ ସୃଷ୍ଟି  କରିଛନ୍ତି ।

photo-: Hindustan Times

 

ଠିକ୍ ସେହିପରି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଂଚଳରେ ଆଇଟିବିପିର ଯବାନମାନେ ଯୋଗ କରିଛନ୍ତି । ଯବାନମାନେ ବଣ ପାହାଡ଼ ଘେରା କୋଣ୍ଡାଗାଓଁଠାରେ ଯୋଗ ଅଭ୍ୟାସ କରିଛନ୍ତି । ସେହିଭଳି ଜମ୍ମୁ କଶ୍ମୀରର ଲେହ ଠାରେ ମଧ୍ୟ ଯବାନମାନେ ଯୋଗ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର