ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ

ଜୟପୁର: ଫେବ୍ରୁଆରି ୮ରୁ ଆରମ୍ଭ ହୋଇଥିବା ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସମରାଭ୍ୟାସ ‘ଏକ୍ସରସାଇଜ ଯୁଦ୍ଧ ଅଭ୍ୟାସ-୨୦’ ଆଜି ଶେଷ ହୋଇଛି। ସ୍ୱତନ୍ତ୍ର ବିମାନରେ ୨୭୦ଜଣ ଆମେରିକୀୟ ସୈନିକ ସୁରତଗଡ଼ରେ ଆସି ପହଞ୍ଚିବା ପରେ ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଥିବା ‘ମହାଜନ ଫିଲ୍‌ଡ୍‌ ଫାଇରିଙ୍ଗ୍‌ ରେଞ୍ଜ୍‌’ ଅଭିମୁଖେ ଯାତ୍ରା କରିଥିଲେ। ଏହା ପରେ ଦୁଇ ଦେଶର ସୈନ୍ୟମାନଙ୍କ ମଧ୍ୟରେ ସମରାଭ୍ୟାସ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଶେଷ ହୋଇଛି।

ସାମରିକ ବିନିମୟ କାର୍ଯ୍ୟକ୍ରମରେ ‘ମହାଜନ ଫିଲ୍‌ଡ୍‌ ଫାଇରିଙ୍ଗ୍‌ ରେଞ୍ଜ୍‌’ ଏହା ଥିଲା ଯୁକ୍ତରାଷ୍ଟ୍ର ଆମେରିକା ସାମରାଭ୍ୟାସର ୧୬ତମ ସଂସ୍କରଣ।ମିଳିତ ଜାତିସଂଘର ଆଦେଶ ଅନୁଯାୟୀ ଆତଙ୍କବାଦର ମୁକାବିଲା ଉପରେ ଧ୍ୟାନ ଦେବା ଏହି ଅଭ୍ୟାସର ଉଦ୍ଦେଶ୍ୟ ଥିଲା। ଏହି ସମରାଭ୍ୟାସରେ ଅଂଶଗ୍ରହଣ କରିଥିବା ଭାରତୀୟ ସୈନିକମାନେ ଜମ୍ମୁ ଓ କଶ୍ମୀର ରାଇଫଲ୍‌ସ୍‌ର ସପ୍ତଶକ୍ତି କମାଣ୍ଡ୍‌ର ୧୧ଶ ବାଟାଲିୟାନ୍‌ର ଥିଲେ।

Image result for Indo-US Joint Military Exercise ''Yudh Abhyas'' Ends In Rajasthan
The Week

ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି ଯେ, ଏହି ସମରାଭ୍ୟାସ ଉଭୟ ପକ୍ଷ ସେନାର କ୍ଷମତାକୁ ବଢ଼ାଇବା ପାଇଁ କରାଯାଇଥିଲା। ଏହି ସମରାଭ୍ୟାସ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା, ଯାହା ସଫଳ ହୋଇଛି।

ସମ୍ବନ୍ଧିତ ଖବର