ନୂଆଦିଲ୍ଲୀ: ଆଜି ଭାରତ-ଆମେରିକା ପକ୍ଷରୁ ଦୁଇ ଦିନିଆ ମିଳିତ ନୌସମରାଭ୍ୟାସ ଆରମ୍ଭ ହୋଇଛି। ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଦୃଷ୍ଟିକୋଣରୁ ଏହାକୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। ଲଦାଖରେ ଏଲ୍ଏସି ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ଯେଉଁଭଳି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛିି, ସେ ଦୃଷ୍ଟିରୁ ଆଜିର ମିଳିତ ନୌସମରାଭ୍ୟାସ ଖୁବ୍ ଗୁରୁତ୍ବ ବହନ କରୁଛି। ଆଜି ଆଣ୍ଡାମାନ ନିକୋବର ଉପକୂଳରେ ଆମେରିକା ନୌସେନାର ସବୁଠୁ ବଡ଼ ପରମାଣୁ ଅସ୍ତ୍ର ବହନକାରୀ ଯୁଦ୍ଧ ପୋତ ‘ନିମିଜ୍’ ସହିତ ଉଭୟ ସେନା ପକ୍ଷରୁ ସମରାଭ୍ୟାସ କରାଯାଇଛି। ଆମେରିକାର ଏହି ଯୁଦ୍ଧ ପୋତ ନିମିଜ୍ ଏକାଥରକେ ୬,୦୦୦ ନୌସୈନିକ, ୯୦ ଲଢୁଆ ଜାହାଜ, ୬୦ ହେଲିକପ୍ଟରକୁ ବହନ କରିବାର କ୍ଷମତା ରଖିଥାଏ। ସୂଚନାଯୋଗ୍ୟ, ଗତମାସରେ ଭାରତ-ଜାପାନ ନୌସେନା ପକ୍ଷରୁ ମିଳିତ ସମରାଭ୍ୟାସର ଆୟୋଜନ କରାଯାଇଥିଲା।
୨୯ରେ ଅମ୍ବାଲା ଘାଟିରେ ମୁତୟନ ହେବ ୫ ରାଫେଲ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅମ୍ବାଲା ଘାଟିରେ ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ମୁତୟନ ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ହରିୟାଣାର ଅମ୍ବାଲା ବାୟୁସେନା ଘାଟିରେ ୫ ରାଫେଲ ମୁତୟନ ହେବ । ପାଣିପାଗ ଓ ଅନୁକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନା ନିଷ୍ପତ୍ତି ନେବ। ରାଫେଲର ପରିଚାଳନା ନେଇ ସମସ୍ତ କ୍ରିଉ ସଦସ୍ୟମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ବୋଲି ଉଇଙ୍ଗ କମାଣ୍ଡର ଇନ୍ଦ୍ରନୀଲ ନନ୍ଦୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚୀନ ଓ ଭାରତ ସେନା ମଧ୍ୟରେ ଗଲୱାନ ଘାଟିରେ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାୟୁସେନା ରାଫେଲ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ବାୟୁସେନାର ଅନୁରୋଧ ରକ୍ଷା କରି ଫ୍ରାନ୍ସ ମଧ୍ୟ ଉଚିତ ସମୟରେ ରାଫେଲ ପ୍ରଦାନ କରିପାରିଛି। ସୂଚନାଯୋଗ୍ୟ, ୫୯,୦୦୦ କୋଟି ଟଙ୍କା ବିନିମୟରେ ଫ୍ରାନ୍ସଠାରୁ ୩୬ଟି ରାଫେଲ କିଣିବାକୁ ଭାରତ ସରକାର ୨୦୧୬ରେ ଚୁକ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fhfsh798sfh7fs98h7h98hhf87hffhssfhfh.jpg)