ଜାକର୍ତ୍ତା: ଆଜି ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଥିବା ଏକେହ ଜିଲ୍ଲାରେ ଏକ ତୈଳକୂପରେ ଅଗ୍ନିକାଣ୍ଡ ଘଟି ଅନ୍ୟୁନ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପାଖାପାଖି ୫୦ ଜଣ ଲୋକ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିବାରୁ ମୃତକଙ୍କ ସଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର ପ୍ରଭାବ ଏତେ ଅଧିକ ଥିଲା ଯେ, ତୈଳକୂପ ମଧ୍ୟରୁ ନିଆଁ ପ୍ରାୟ ୭୦ ମିଟର ଉଚ୍ଚକୁ ଉଠି ଯାଇଥିଲା। ମଙ୍ଗଳବାର ରାତିରେ ହୋଇଥିବା ଏହି ଅଗ୍ନିକାଣ୍ଡକୁ ବୁଧବାର ରାତି ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଅନ୍ୟ ଏକ ତୈଳକୂପ ନିକଟରେ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଲୋକଙ୍କୁ ଖାଲି କରାଯାଇଛି।
ଇଣ୍ଡୋନେସିଆ ତୈଳକୂପରେ ଅଗ୍ନିକାଣ୍ଡ: ୨୦ ମୃତ
/sambad/media/post_attachments/wp-content/uploads/2018/04/Indonasia-oil-well-fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)