ଇଣ୍ଡୋନେସିଆ: ଡଙ୍ଗା ବୁଡ଼ି ୨ ଶହ ମୃତ ଆଶଙ୍କା

ସୁମାତ୍ରା: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ଅଂଚଳରେ ଏକ ବିଶାଳ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯିବାରୁ ପ୍ରାୟ ୨ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଗତକାଲି ଅପରାହ୍ନରେ ୨୨୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗାଟି କୌଣସି କାରଣରୁ ବୁଡ଼ିଯାଇଥିବାରୁ ୨ ଶହରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି। ମାତ୍ର ୧୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୁମାତ୍ରା ଦ୍ୱୀପର ଲେକ୍‌ ତୋବାରେ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର