ଇଣ୍ଡୋନେସିଆରେ ଦ୍ବିତୀୟ ଲହର ଶୀର୍ଷରେ

ଜାକର୍ତ୍ତା : ଇଣ୍ଡୋନେସିଆ ଏବେ ଏସିଆର କୋଭିଡ୍‌ର ଆଉ ଏକ ହଟ୍‌ସ୍ପଟ ପାଲଟିଛି। ଏଠାରେ ଗତ କିଛି ସପ୍ତାହ ଧରି ଦୈନିକ ସଂକ୍ରମଣ ମାମଲା ୫୦ ହଜାରରୁ ଅଧିକ ରହୁଥିଲା। ‌ତେବେ ଗତ ସପ୍ତାହରେ ଦୈନିକ ସଂକ୍ରମଣ ହାରାହାରି ୩୩,୮୦୦ ରହିଛି। ଗତକାଲି ମଧ୍ୟ ଦୈନିକ ସଂକ୍ରମଣ ୩୦ ହଜାରରୁ ଅଧିକ ରହିଛି। ଇଣ୍ଡୋନେସିଆରେ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷରେ ପହଞ୍ଚିଛି ବୋଲି ଇଣ୍ଡୋନେସିଆ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଜୁଲାଇ ୧୫ରେ ଇଣ୍ଡୋନେସିଆରେ ସର୍ବାଧିକ ୫୬,୭୫୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା ଏବଂ ଜୁଲାଇ ୨୭ରେ ସର୍ବାଧିକ ୨,୦୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଇଣ୍ଡୋନେସିଆରେ ମୋଟ୍‌ ସଂକ୍ରମଣ ମାମଲା ୩,୪୪୦,୩୯୬ ଥିବାବେଳେ ୯୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ସଂକ୍ରମଣ ବଢ଼ୁଥିବା‌ ବେଳେ ଇଣ୍ଡୋନେସିଆରେ ସଠିକ୍‌ ଟିକାକରଣ ହୋଇପାରୁନି। ଇଣ୍ଡୋନେସିଆ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଦେଶରେ, କରୋନାରେ ପ୍ରାଣ ହରାଇଥିବା ଅନେକ ଲୋକ ଟିକା ନେଇନାହାନ୍ତି।

ସମ୍ବନ୍ଧିତ ଖବର