ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ: ୨ମୃତ,୧୦ ଆହତ

ଜକାର୍ତ୍ତା: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଶନିବାର ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୫ ରେକର୍ଡ କରାଯାଇଥିବା ବେଳେ ଅନ୍ୟୁନ ୧୦ ଜଣ ଆହତ ହୋଇଛନ୍ତି। ଭୂମିକମ୍ପ ଅନୁଭୂତ ହେବାପରେ ରାଜଧାନୀ ଜକାର୍ତ୍ତାରେ ଲୋକଙ୍କ ମଧ୍ୟରେ ଭୟାକୂଳ ପରିବେଶ ସୃଷ୍ଟି ହୋଇଯାଇଛି। ରାଷ୍ଟ୍ରୀୟ ବିପଦ ପ୍ରଶମନ ବିଭାଗର ସୂଚନା ମୁତାବକ,ସୁନାମୀ ଆଶଙ୍କା ନଥିଲେ ମଧ୍ୟ କୌଣସି ବଡ଼ ଧରଣର ବିପଦକୁ ଏଡ଼ାଇ ଦିଆଯାଇନପାରେ,ତେଣୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଭୁତତ୍ତ୍ୱବିତ୍‌ଙ୍କ ରିପୋର୍ଟ ମୁତାବକ,ତଟୀୟ ସହର କିପାତୁଜାହର ପୂର୍ବରେ ଭୂମିର ୯୧କିମି ତଳେ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ରହିଛି। ପଶ୍ଚିମ ଜାଭା,କିଲାକୈପ ଓ ଜକାର୍ତ୍ତାରେ ବିଶେଷଭାବେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଭୁମିକମ୍ପ ଜନିତ କ୍ଷୟକ୍ଷତିର ଆକଳନ କରାଯାିପାରି ନାହିଁ।

ସମ୍ବନ୍ଧିତ ଖବର