ସୁନାମୀ ମୃତ୍ୟୁ ସଂଖ୍ୟା ୪୨୯କୁ ବୃଦ୍ଧି

0

ଜାକାର୍ତ୍ତା : ଇଣ୍ଡୋନେସିଆରେ ହୋଇଥିବା ଆଗ୍ନେୟ ଉଦଗୀରଣ ଓ ତା ପରେ ଆସିଥିବା ସୁନାମୀ ଫଳରେ ମୃତ୍ୟୁ ସଂଖ୍ୟା ୪୨୯ କୁ ବୃଦ୍ଧି ପାଇଛି । ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏବେ ଇଣ୍ଡୋନେସିଆ ସରକାରଙ୍କ ତରଫରୁ ଏକ ବଡ଼ ଧରଣର ତଲାସୀ ଅଭିଯାନ କରାଯାଇଛି । ଡ୍ରୋନ କ୍ୟାମେରା ସାହାଯ୍ୟରେ ମୃତ ଦେହଗୁଡିକୁ ଖୋଜାଯାଉଛି । ଏହା ଫଳରେ ମୃତ୍ୟ ସଂଖ୍ୟା ବଢିଚାଲିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି, କାରଣ ଦିନକୁ ଦିନ ନୂଆ ନୂଆ ସ୍ଥାନରୁ ମୃତଦେହ ଉଦ୍ଧାର ହେଉଛି ।

ଗତ ଶନିବାର ଦିନ ଅନକ କ୍ରାକୋଟୋଆରୁ ଅଗ୍ନୀ ଉଦଗୀରଣ ହେବାରୁ ଏହି ସୁନାମୀ ଆସିଥିଲା । ପ୍ରାୟ ୯୦ ବର୍ଷ ତଳେ ଏହି ଆଗ୍ନେୟଗିରି ସମୁଦ୍ର ମଧ୍ୟରୁ ଆତ୍ମପ୍ରକାଶ କରିଥିଲା । ଏହା ସମୁଦ୍ର ମଧ୍ୟରୁ ବାହାରି ଏବେ ସମୁଦ୍ର ପତନରୁ ପ୍ରାୟ ୩ ଶହ ମିଟର ଉତ୍ତରେ ରହିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.