ନିଖୋଜ ଥିଲେ ୫୪ ବର୍ଷୀୟା ମହିଳା, ୭ଫୁଟ୍‌ ଲମ୍ବା ଅଜଗର ପେଟରୁ ମିଳିଲା ମୃତଦେହ

ମକସର : ଇଣ୍ଡୋନେସିଆରେ ଜଣେ ୫୪ବର୍ଷିୟ ମହିଳାଙ୍କ ମୃତଦେହ  ୭ଫୁଟ୍‌ ଲମ୍ବା ଅଜଗର ପେଟରୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରରେ ଆତଙ୍କ ଖେଳି ଯାଇଛି । ମହିଳା ଜଣକ ଗତ ସୋମବାର ନିଜ ବଗିଚାକୁ ଯାଇଥିବା ବେଳେ ସେଠାରୁ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି  ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲା ପୁଲିସ । ଚାରିଆଡ଼େ ତନାଘନା କରିବା ପରେ ବି  ମହିଳାଙ୍କ ଖୋଜି ପାଇବାରେ ସଫଳ ହୋଇ ନ ଥିଲା ପୁଲିସ ।

Hindustan Times

ଗତକାଲି ଗାଁ ଲୋକ ଏକ ଅଜଗର ସାପକୁ ଦେଖିଥିଲେ। ଅଜଗରଟିର ପେଟ ଫୁଲି ରହିଥିଲା।  ସାପର ପେଟକୁ ଦେଖି ନିଖୋଜ ମହିଳାଙ୍କୁ ସାପଟି ଖାଇ ଦେଇଥିବା ନେଇ ସନ୍ଦେହ କରିଥିଲେ । ସତ ଜାଣିବା ପାଇଁ ସାପକୁ ମାରି ତା’ପେଟକୁ ଚିରାଯିବା ପରେ ପେଟ ଭିତରୁ ୫୪ବର୍ଷିୟ ମହିଳାଙ୍କ ମର ଶରୀର ମିଳିଥିଲା । ମହିଳା ଜଣଙ୍କ ଯେଉଁ ବଗିଚାକୁ ଯାଇଥିଲେ ସେଠାରେ ଅନେକ ଗୁଡ଼ିଏ ସାପ ହୁଙ୍କା ଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଏହି ସନ୍ଦେହ ଆସିଥିଲା ।

ସମ୍ବନ୍ଧିତ ଖବର