ଗୋଡରେ ଲେଖୁଥିବାରୁ ଆଦିବାସୀ ଛାତ୍ର ସ୍କୁଲରେ ନାମ ଲେଖାଇବା ପାଇଁ ହେଲେ ହଟହଟା

ଭୋପାଳ: ଆଜି ବି ଭାରତୀୟ ଦିବ୍ୟାଙ୍ଗମାନେ ସଂଘର୍ଷ କରୁଛନ୍ତି। ବିଶେଷ ଭାବରେ ଶିକ୍ଷା ପାଇଁ ସେମାନଙ୍କୁ ସହଯୋଗ ଓ ସମର୍ଥନର ଆବଶ୍ୟକତା ଅଛି। ନିକଟରେ ପ୍ରକାଶିତ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ବରଓ୍ଵାନୀ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଜଣେ ଦିବ୍ୟାଙ୍ଗ ଛାତ୍ରର ନାମ ଲେଖାଯାଇଛି, ଯିଏ କି ଗୋଡ଼ରେ ଲେଖିଥାଏ। ଏହି ସ୍କୁଲରେ ନାମ ଲେଖାଇବା ପୂର୍ବରୁ ଦିବ୍ୟାଙ୍ଗ ଛାତ୍ରର ଅଭିଭାବକ ଅନେକ ସ୍କୁଲକୁ ଦୌଡ଼ିଥିଲେ। ମାତ୍ର ସେ ଦିବ୍ୟାଙ୍ଗ ଥିବାରୁ ତାଙ୍କୁ ଅନେକ ସ୍କୁଲ କର୍ତ୍ତୃପକ୍ଷ ପ୍ରବେଶ ପାଇଁ ସୁଯୋଗ ଦେଇ ନଥିଲେ।

ଜଣେ ୧୪ ବର୍ଷିଅ ଛାତ୍ର ପରସିଂହ ପରିହାର ଅମ୍ବାପାଣି ଆଦିବାସୀ ପରିବାରରେ ଜନ୍ମ ହୋଇଛି। ଇନ୍ଦୋର ଠାରୁ ୧୫୦ କିଲୋମିଟର ଦୂର ବରଓ୍ଵାନୀ ଜିଲ୍ଲା ପ୍ରଶାସନକୁ ଚଳିତ ମାସ ୭ ତାରିଖରେ ଅଭିଯୋଗ କରିବା ପରେ ଏହି ମାମଲା ଗଣମାଧ୍ୟମର ପ୍ରତିନିଧିମାନେ ଜାଣି ପାରିଛନ୍ତି।

ଜିଲ୍ଲା ପ୍ରଶାସନକୁ ଛାତ୍ର ଜଣକୁ ଅଭିଯୋଗ କରିଥିଲା ଯେ, ମୁଁ ଜଣେ ଗରିବ ପରିବାରରେ ଜନ୍ମ ନେଇଛି। କିନ୍ତୁ ଘରୋଇ କିମ୍ବା ସରକାରୀ ସ୍କୁଲରେ ମୋତେ ପ୍ରବେଶ ଦିଆଯାଉ ନାହିଁ। ଗୋଡରେ ଲେଖୁଥିବାରୁ ମୋତେ ପ୍ରବେଶ ଦିଆଯାଉ ନାହିଁ ବୋଲି ଆବେଦନରେ ପରିହାର ଲେଖିଛି। ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ଏହି ଘଟଣାରେ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର