ଇନ୍ଦ୍ରାଣୀ ପଟ୍ଟନାୟକ ସୁପ୍ରିମ୍‌କୋର୍ଟରେ ଆଶ୍ବସ୍ତ

ନୂଆଦିଲ୍ଲୀ: ଇନ୍ଦ୍ରାଣୀ ପଟ୍ଟନାୟକ ବନାମ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାମଲାରେ ସୁପ୍ରିମ୍‌କୋର୍ଟରେ ଇନ୍ଦ୍ରାଣୀ ପଟ୍ଟନାୟକ ଆଶ୍ବସ୍ତ। ଚଳିତ ମାସ ୨୬ରେ ବିଚାରପତି ଏ ଏମ୍‌ ଖାନୱିଲ୍‌କର୍‌ ଓ ଦୀନେଶ ମାହେଶ୍ବରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି କରିଥିଲେ। ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୧୯୫୭ର ଧାରା ୨୧(୫) ଅଧୀନରେ ଇନ୍ଦ୍ରାଣୀ ପଟ୍ଟନାୟକ ଯେଉଁ ଜମା ପ୍ରଦାନ କରିଛନ୍ତି ତାହାକୁ ଅପରାଧିକ ବିଚାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଆବେଦନକାରୀଙ୍କ ଆଇନଜୀବୀଙ୍କ ପକ୍ଷ ଶୁଣିବା ପରେ କୋର୍ଟ ଏହା କହିଛନ୍ତି। ଏହି ମାମଲାରେ କୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରି ଏପ୍ରିଲ୍ ୭ ସୁଦ୍ଧା ଉତ୍ତର ଦେବାକୁ କହିଛନ୍ତି। ମାମଲାର ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି ଓ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହାର ଅର୍ଥ ନୁହେଁ ଇଡିର ତଦନ୍ତ ସ୍ଥଗିତ ରହିବ। ଆଇନ ଅନୁସାରେ ତଦନ୍ତ ଆଗକୁ ବଢ଼ିବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର