ସିନ୍ଧୁ ଜଳବଣ୍ଟନ ଚୁକ୍ତିକୁ ମାନୁନାହିଁ ଭାରତ, ବିଶ୍ବ ବ୍ୟାଙ୍କର ଦ୍ବାରସ୍ଥ ହେଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ସରକାର ସିନ୍ଧୁ ଜଳବଣ୍ଟନ ଚୁକ୍ତିର ଉଲ୍ଲଙ୍ଘନ କରୁଛନ୍ତି ବୋଲି ପାକିସ୍ତାନ ଅଭିଯୋଗ କରିଆସୁଛି । ଜଣେ ଭାରତୀୟ ମନ୍ତ୍ରୀ ନିତିନ ଗଡ଼କରୀ ଦେଇଥିବା ବୟାନରୁ ଏହା ସ୍ପଷ୍ଟ ବୋଲି ପାକିସ୍ତାନ କହିଛି । ୧୯୬୦ର ସିନ୍ଧୁ ଜଳବଣ୍ଟନ ଚୁକ୍ତିକୁ ଭାରତ ସମ୍ମାନ ଜଣାଉ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପାକିସ୍ତାନ ପୂର୍ବରୁ ଏହି ମାମଲାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ନିକଟରେ ଉଠାଇଥିବାବେଳେ ଏବେ ଏହି ମାମଲାକୁ ବିଶ୍ବ ବ୍ୟାଙ୍କ ନିକଟରେ ଉଠାଇଛି । ଏକ ନୂଆ ଆର୍ବିଟ୍ରେସନ ପ୍ୟାନେଲ ଗଠନ କରି ଏହି ବିବାଦର ସମାଧାନ କରାଯାଉ ବୋଲି ପାକିସ୍ତାନ ଚାହୁଁଛି । ଗତ କାଲି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀ ଗତକାଲି କହିଥିଲେ ଯେ ଭାରତ ଏବେ ସିନ୍ଧୁ ଜଳବଣ୍ଟନ ଚୁକ୍ତିକୁ ଅନୁଧ୍ୟାନ କରୁଛି । ସିନ୍ଧୁ ନଦୀର ପାଣି ପାକିସ୍ତାନ ନ ଯାଇ ରାଜସ୍ଥାନ ଓ ପଞ୍ଜାବକୁ ଯିବ । ଏହାର ଜବାବରେ ପାକିସ୍ତାନ ଉପରୋକ୍ତ କଥା କହିଛି ।
ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ଅଛି ।

ସମ୍ବନ୍ଧିତ ଖବର