କୋଟା : ରାଜସ୍ଥାନ କୋଟାସ୍ଥିତ ଜେ.କେ. ଲୋନ୍ ସରକାରୀ ହସ୍ପିଟାଲ୍ରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି। ଗତ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୧୦୦ ଛୁଇଁଛି। ତେବେ ୨୦୧୮ରେ ଏଠାରେ ୧,୦୦୫ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ସରକାରୀ ସୁବିଧା ସୁଯୋଗ ଯୋଗୁଁ ୨୦୧୮ ତୁଳନାରେ ୨୦୧୯ରେ ଶିଶୁ ମୃତ୍ୟୁକୁ ଅନେକ ମାତ୍ରାରେ ରୋକାଯାଇ ପାରିଛି ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଜନ୍ମ ସମୟରେ କମ୍ ଓଜନ କାରଣରୁ ଶିଶୁମାନଙ୍କର ମୃତ୍ୟୁ ହେଉଛି ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ବିଜେପିର ଏକ ସଂସଦୀୟ ଦଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛି। ଚିକିତ୍ସାରେ ଅବହେଳା ଓ ମେଡିକାଲ୍ରେ ଭିତ୍ତିଭୂମିର ଅଭାବ ଯୋଗୁଁ ଶିଶୁମାନଙ୍କର ମୃତ୍ୟୁ ହେଉଛି ବୋଲି ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛି। ହସ୍ପିଟାଲ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ ଦଳ ଆଜି ପହଞ୍ଚିଛନ୍ତି। ଏ ଦିଗରେ ସବିଶେଷ ରିପୋର୍ଟ ମିଳିବା ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି।
ରାଜସ୍ଥାନ: କୋଟାରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଲା
/sambad/media/post_attachments/wp-content/uploads/2020/01/kota.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)