ନୂଆଦିଲ୍ଲୀ: ଇଂଲଣ୍ଡର ଏକ ଡ଼ାକ୍ତରଖାନାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳା ଗର୍ଭବତୀ ଥିବା ବେଳେ ଡ଼ାକ୍ତରଖାନାକୁ ନିଜ ଗର୍ଭରେ ଥିବା ପିଲାର ସ୍ଥିତି ଜାଣିବା ପାଇଁ ପହଞ୍ଚିଥିଲେ । ସ୍କାନ କରାଯିବା ପରେ ପେଟ ଭିତରେ ଶିଶୁଟି ନିଜ ଶରୀରର ଅଙ୍ଗ ସହ ଖେଳୁଥିବା ଦେଖି ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶିଶୁଟି ପେଟ ଭିତରେ ନିଜ ଶରୀର ବାହାରେ ଥିବା ହୃଦୟ ସହ ଖେଳୁଥିବାର ଦେଖିଥିଲେ ଡ଼ାକ୍ତର । ଯାହା ଦେଖି ଜନ୍ମ ହେବା ପରେ ଶିଶୁଟିର ବଞ୍ଚିବାର ଆଶଙ୍କା କମ ବୋଲି କହି ସାରିଥିଲେ ଡ଼ାକ୍ତର । କିନ୍ତୁ ଜନ୍ମ ହେବାର ବର୍ଷକ ପରେ ଏବେ ଶିଶୁଟଠି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2018/12/infant-feet-4313x2834_23295-300x197.jpg)
ସୂଚନା ମୁତାବକ, ଇଂଲଣ୍ଡର ଲିସେଷ୍ଟରରେ ରହୁଥିବା ନାଓମି ଗତ ବର୍ଷ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ହେବା ପୂର୍ବରୁ ଶିଶୁଟିର ହୃଦୟ ବାହାରକୁ ଥିବା ସହ ଓଜନ କମ ହେବ ବୋଲି ଡ଼ାକ୍ତର ଜଣାଇ ଦେଇଥିଲେ । ଶିଶୁଟି ଜନ୍ମ ହେବା ପରେ ଠିକ୍ ତାହା ଘଟିଥିଲା । ଜନ୍ମ ହେବା ପରେ ଶିଶୁଟିର ଓଜନ ୧.୫କିଲୋଗ୍ରାମ୍ ଥିଲା । ବଞ୍ଚିବାର ଆଶଙ୍କା ନଥିବା ସତ୍ତ୍ୱେ ୫୦ଜଣିଆ ଡ଼ାକ୍ତରୀ ଟିମ୍ ଶିଶୁଟିକୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ଅସ୍ତ୍ରୋପଚାର କରାଯାଇ ହୃଦୟକୁ ଭିତରକୁ ନିଆଯିବା ସହ ବର୍ଷେ ପର୍ଯ୍ୟନ୍ତ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲା ନବଜାତକ । ଏବେ ବର୍ଷେ ପରେ ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି ।