ଲକ୍ଷ୍ନୌ: ଉତ୍ତରପ୍ରଦେଶର ୟୁନାଓ ଜିଲ୍ଲାର ବାଙ୍ଗରମଉ ଗ୍ରାମରେ ନିକଟରେ ୪୦ ଜଣ ଲୋକ ଏଚ୍ଆଇଭି ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳର ଜଣେ ଛୋଟକାଟିଆ ଡାକ୍ତର ଗୋଟାଏ ସିରିଞ୍ଜି ବ୍ୟବହାର କରି ଏକାଧିକ ଜଣଙ୍କୁ ଇନ୍ଜେକ୍ସନ୍ ଦେବାରୁ ଏପରି ଘଟିଛି ବୋଲି ଜାଣିବାକୁ ମିଳିଛି। ସୂଚନା ମୁତାବକ ଉକ୍ତ ଡାକ୍ତର ଜଣକ ଗାଁକୁ ଏକ ସାଇକେଲ୍ରେ ଆସି ସେବା ନାମରେ ଗୋଟାଏ ସିରିଞ୍ଜ ବ୍ୟବହାର କରି ଏକାଧିକ ଲୋକଙ୍କୁ ଇନ୍ଜେକ୍ସନ ଦେଇଥିଲେ। ଗୋଟାଏ ଛୁଞ୍ଚି ବାରମ୍ବାର ବ୍ୟବହାର ହୋଇଥିବାରୁ ଏହି ସଂକ୍ରମଣ ହୋଇଥିବା ଜାଣିବାକୁ ମିଳିଛି। ଏହି ମାମଲାର ଏବେ ତଦନ୍ତ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଙ୍ଗରମଉ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏକ ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2018/02/unnao-hiv-cases-twitter_650x400_81517890148-300x185.jpg)
ମିଳିଥିବା ସୂଚନା ମୁତାବକ, ସେଠାରେ ଏକ ଡାକ୍ତରୀ କ୍ୟାମ୍ପ ଦ୍ୱାରା ମାମଲାର ତଦନ୍ତ କରାଯାଉଛି। ବିନା ଲାଇସେନ୍ସରେ ଡାକ୍ତରୀ ପ୍ରାକ୍ଟିସ୍ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ସୂଚନା ଦେଇଛନ୍ତି। ଉଲ୍ଳେଖଯୋଗ୍ୟ, ଏଚ୍ଆଇଭି ସଂକ୍ରମଣ ଶରୀରର ପ୍ରତିରୋଧ କ୍ଷମତାକୁ ହ୍ରାସ କରିଥାଏ। ଥରେ ଏହି ସଂକ୍ରମଣର ଶିକାର ହୋଇଗଲେ ବ୍ୟକ୍ତିକୁ ଜୀବନ ସାରା ଔଷଧ ସେବନ କରିବାକୁ ପଡ଼ିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/hiv-virus-istock_650x400_81475472048.jpg)