ନୂଆଦିଲ୍ଲୀ: ଭାରତର ଦୈନିକ କୋଭିଡ୍ ସଂକ୍ରମଣ ତୃତୀୟ ଥର ପାଇଁ ୧,୦୦୦ ଅତିକ୍ରମ କରିଛି ଏବଂ ରବିବାର ଗତ ୨୪ ଘଣ୍ଟାରେ ୧,୧୫୦ଟି ନୂଆ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ଏପ୍ରିଲ ୧୭ରେ ଶେଷ ହେଉଥିବା ସପ୍ତାହରେ ୬,୮୨୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭାରତରେ ବର୍ତ୍ତମାନ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୧,୫୫୮ ରହିଛି ଯାହା ମୋଟ ମାମଲାର ୦.୦୩ ପ୍ରତିଶତ। ଗତ ୨୪ ଘଣ୍ଟାରେ ୯୦୦ ଲୋକ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ୪,୨୫,୦୮,୭୮୮ରେ ପହଞ୍ଚିଛି ଯାହା ମୋଟ ମାମଲାର ୯୮.୬୫ ପ୍ରତିଶତ। ଭାରତରେ ଲୋକଙ୍କୁ ଦିଆଯାଇଥିବା ଟିକା ଡୋଜ୍ ସଂଖ୍ୟା ୧୮୬.୫୧ କୋଟିକୁ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୧୨.୫ ଲକ୍ଷ ଡୋଜ୍ ଟିକା ଦିଆଯାଇଛି। ୬୦ ବର୍ଷରୁ କମ୍ ବୟସ୍କମାନଙ୍କୁ ୨୩,୫୦୦ ବୁଷ୍ଟର ଡୋଜ୍ ଦିଆଯାଇଛି ଏବଂ ୧୨ରୁ ୧୪ ବର୍ଷ ବୟସ ବର୍ଗର ଦେଢ଼ ଲକ୍ଷ ପିଲା ଅଦ୍ୟାବଧି ଉଭୟ ଡୋଜ୍ ଟିକା ନେଇ ସାରିଲେଣି ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ତେବେ ଦିଲ୍ଲୀରେ କୋଭିଡ୍ ସଂକ୍ରମଣରେ ଅଚାନକ ବୃଦ୍ଧିକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଗତ ୧୫ ଦିନରେ ସଂକ୍ରମଣ ୫୦୦ ପ୍ରତିଶତ ବୃଦ୍ଧି ପାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳର ୧୯ ପ୍ରତିଶତ ଲୋକ ଏହି ସର୍ଭେରେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷେ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଶନିବାର ଦିଲ୍ଲୀରେ ୪୬୧ଟି ନୂଆ ମାମଲା ପଞ୍ଜୀକୃତ ହୋଇଛି ଏବଂ ପଜିଟିଭିଟି ହାର ୫.୩ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/covid1.jpg)