ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁନେ ଏବଂ ପଡ଼ୋଶୀ ପିମ୍ପଡ଼ି ଏବଂ ଛିଞ୍ଚୱାଡ଼ାରେ ଆସନ୍ତା ଜୁଲାଇ ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଜାରି ହେବ। ହଠାତ୍ ସଂକ୍ରମଣ ବଢ଼ିଯିବାରୁ ମହାରାଷ୍ଟ୍ର ସରକାର ଏଭଳି ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଦୋକାନଗୁଡ଼ିକ ଖୋଲା ରହିବ। ପୁନେରେ ଗୁରୁବାର ୧୮୦୩ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ମୋଟ୍ ସଂକ୍ରମଣ ମାମଲା ୩୪ ହଜାର ୩୯୯କୁ ବୃଦ୍ଧି ପାଇଛି। ପୁନେ, ଛିଞ୍ଚୱାଡ଼ା ଏବଂ ଗ୍ରାମୀଣ ପୁନେର କିଛି ଅଂଶରେ ୧୩ରୁ ୨୩ ଯାଏଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ରହିବ। କେବଳ କ୍ଷୀର ଏବଂ ମେଡିସିନ୍ ଷ୍ଟୋର ଖୋଲା ରହିବ। ପୁନେ ଜିଲ୍ଲାର ୨୨ଟି ଗ୍ରାମରେମଧ୍ୟ ଲକ୍ଡାଉନ୍ ଜାରି ହେବ। ସଂକ୍ରମଣର ଚେନ୍କୁ ରୋକିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସେହିପରି ମହାରାଷ୍ଟ୍ରର ଔରଙ୍ଗାବାଦ୍ରେଆଜିଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଜାରି ରହିଛି। ଲୋକମାନଙ୍କୁ ଘରୁ ବାହାରିବାପାଇଁ ମନା କରାଯାଇଛି। ଔରଙ୍ଗାବାଦ୍ ପୁଲିସ କମିସନର ଚିରଂଜିବୀ ପ୍ରସାଦ କହିଛନ୍ତି ଏହାଦ୍ବାରା ସଂକ୍ରମଣକୁ ରୋକାଯାଇପାରିବ। ଔରଙ୍ଗାବାଦ୍ରେ ୭,୪୦୦ରୁ ଅଧିକ ରୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୩୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/lockdown-4.jpg)