କେମ୍ବ୍ରିଜ୍ ଟ୍ରାକରର ରିପୋର୍ଟ: ଆସାମ, ହିମାଚଳ, ତାମିଲନାଡୁ ଓ ତ୍ରିପୁରାରେ ଆଉ ୨ସପ୍ତାହ ବଢ଼ିପାରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଦେଖା ଦେଇଥିବା କରୋନା ସଂକ୍ରମଣକୁ ନେଇ asila କେମ୍ବ୍ରିଜ୍ ଟ୍ରାକରର ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ଭାରତରେ ଦେଖା ଦେଇଥିବା କରୋନାର ନୂଆ ଭୂତାଣୁ ସଂକ୍ରମଣ ଶୀର୍ଷରେ ପହଁଚିଛି । ସେହିପରି ଭାରତରେ ବର୍ତ୍ତମାନ ଆଂଟିବଡି ଗୁଡିକର ପ୍ରଭାବ ହ୍ରାସ ପାଉଥିବା ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ କେମ୍ବ୍ରିଜ୍ ଟ୍ରାକରର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ ଶୀଖର ଛୁଇଁସାରିଛି କରୋନା ମାମଲା । ଭାରତରେ ପ୍ରଥମେ ଦେଖା ଦେଇଥିବା କରୋନା ଭୂତାଣୁର ଭାରିଆଂଟକୁ ନେଇ ଏପରି କିଛି ରିପୋର୍ଟ କରିଛି କେମ୍ବ୍ରିଜ୍ ଟ୍ରାକର । ଭାରତରେ ଚିହ୍ନଟ ହୋଇଥିବା ଭୂତାଣୁର ସଂକ୍ରମଣ ହାର ଏକ ପ୍ରକାର ଅଧିକ ଥିବା ଜଣାପଡିଛି । ପ୍ରାଥମିକ ପ୍ରମାଣ ଅନୁସାରେ କେତେକ ଆଂଟିବଡିର ପ୍ରଭାବ ହ୍ରାସ ପାଉଥିବା ନିଜର ସଦ୍ୟତମ ରିପୋର୍ଟରେ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
କଣ କହୁଛି କେମ୍ବ୍ରିଜ ରିପୋର୍ଟ?

– ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ସଂକ୍ରମଣରେ ରହୁଛି ଭିନ୍ନତା
– ଆସାମ, ହିମାଚଳପ୍ରଦେଶ, ତାମିଲନାଡୁ ଏବଂ ତ୍ରିପୁରାରେ ଆସନ୍ତା ଦୁଇ ସପ୍ତାହ ବଢିବ ମାମଲା
– ଦୈନିକ ଆସୁଥିବା ପଜିଟିଭ୍ ମାମଲା ଓ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ତଥ୍ୟରୁ ଆକଳନ

Coronavirus: 5 more Covid-19 positive cases reported in Odisha, 4 alone in  Bhubaneswar - India News
India Today

ଗତ ମେ ୭ ତାରିଖରେ ଦେଶରେ ଚିହ୍ନଟ ହୋଇଥିଲେ ୪ ଲକ୍ଷ ୧୪ ହଜାର ୧୮୮ ପଜିଟିଭ । ଯାହାକି ଗତବର୍ଷ ବିଶ୍ୱରେ ଶୀର୍ଷ ସଂକ୍ରମଣ ନେଇ ଆମେରିକା ଜାରି କରିଥିବା ରିପୋର୍ଟଠାରୁ ୩୨ ପ୍ରତିଶତ ଅଧିକ । ଦେଶରେ ମାତ୍ର କିଛି ଅଂଶର ନମୂନା ପରୀକ୍ଷା, ଅନେକ ସଂଖ୍ୟାକୁ ହିସାବକୁ ନନେଇ ଦେଶରେ ଆସୁଛି ଏପରି ବଡ ମାତ୍ରାରେ ପଜିଟିଭ୍ । ସେପଟେ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତର ୪ ହଜାର ଉପରେ ଆସୁଛି ।

କରୋନା ଲଢେଇରେ ଦୋହଲି ଗଲାଣି ଚିକିତ୍ସା ବ୍ୟବସ୍ଥା । ଅକ୍ସିଜେନ ସଂକଟ ଭିତରେ ଚାଲିଛି ଦେଶର ଅନେକ ଡାକ୍ତରଖାନା । ଦେଶରେ ବର୍ତ୍ତମାନ ଆବଶ୍ୟକତା ମୁତାବକ ଔଷଧ, ଅକ୍ସିଜେନ ଯୋଗାଣରେ ସରକାରଙ୍କ ବିଫଳତା ନେଇ ବାରମ୍ୱାର କରାଯାଉଛି ସମାଲୋଚନା । କରୋନା କାଳରେ ଠପ୍ ହୋଇଯାଇଛି କାରବାର । ଗତ ୨୦ ଦିନ ଧରି ୩ ଲକ୍ଷ ଉପରେ ଆସୁଛି ଦୈନିକ ସଂକ୍ରମଣ ।

ବିଶେଷ କରି କରୋନା କାଳରେ ୫ ରାଜ୍ୟର ନିର୍ବାଚନ ଓ ହରିଦ୍ୱାରରେ କୁମ୍ଭମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦେଶରେ ସଂକ୍ରମଣ ବଢାଇବାର ମୁଖ୍ୟ କାରଣ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ସମ୍ବନ୍ଧିତ ଖବର