ନୂଆଦିଲ୍ଲୀ : ଦେଶରେ ସାମଗ୍ରିକଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ବେ କେତେକ ରାଜ୍ୟରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଦେଶର ୧୮ଟି ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢିଚାଲିଛି । ଏସବୁ ଜିଲ୍ଲା ମଧ୍ୟରୁ କେବଳ କେରଳର ୧୦ଟି ଜିଲ୍ଲା ରହିଛି । ଦେଶର ମୋଟ ଦୈନିକ ସଂକ୍ରମଣର ୪୭.୫ ପ୍ରତିଶତ କେବଳ ଏହି ୧୮ଟି ଜିଲ୍ଲାରୁ ଆସୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଜୁନ ୧ରେ ଦେଶର ୨୭୯ଟି ଜିଲ୍ଲାରେ ଦୈନିକ ୧୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବାବେଳେ ଏବେ ସେପରି ଜିଲ୍ଲା ସଂଖ୍ୟା ୫୭କୁ ହ୍ରାସ ପାଇଛି । କିନ୍ତୁ ବିଶ୍ବରେ ଏବେ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଏଣୁ ଆମ ଦେଶରେ ସଂକ୍ରମଣ କମୁଥିଲେ ବି ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ ।
ଦେଶରେ ଏପର୍ଯ୍ୟନ୍ତ ୪୭.୮୫ କୋଟି ମାତ୍ରା (ଡୋଜ୍) ଟିକା ଦିଆଯାଇଛି । ତାହା ମଧ୍ୟରୁ ୩୭.୨୬ କୋଟି ପ୍ରଥମ ମାତ୍ରା ଓ ୧୦.୫୯ କୋଟି ୨ୟ ମାତ୍ରା ରହିଛି । ଜୁଲାଇ ମାସରେ ପ୍ରାୟ ୪୩.୪୧ କୋଟି ମାତ୍ରା ଟିକା ଦିଆଯାଇଛି ବୋଲି ସେ କହିଛନ୍ତି ।