ବିଶ୍ୱରେ ୧୦ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଶୀର୍ଷରେ ଆମେରିକା

ଭାରତରେ ସୁସ୍ଥତା ହାର ସବୁଠାରୁ ଅଧିକ

ନୂଆଦିଲ୍ଲୀ: ବିଶ୍ବରେ ୧୦ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ପାର କରିଥିବା ଜଣା ପଡ଼ିଛି । ୱାର୍ଲ୍ଡ କରୋନା ମିଟରର ତଥ୍ୟ ଅନୁସାରେ ୩ କୋଟି ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ କୋଟି ୪୬ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ୩ କୋଟି ୨୯ ଲକ୍ଷରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି । ଉଭୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ସବୁଠୁ ଆଗରେ ଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ସୁସ୍ଥତା ହାର ଦୃଷ୍ଟିରୁ ଆଗରେ ରହିଛି ଭାରତ।

Coronavirus lasts on face masks for a week, currency for days: Study - The  Federal
The Federal

ଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହି ମାରାତ୍ମକ ଭୂତାଣୁକୁ ନେଇ ଚିନ୍ତା ବଢି ଯାଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବହୁ ଦେଶ ନିଜ ନିଜ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏବେ ବି ଏହା ଅଦମନୀୟ ହୋଇ ରହିଛି । ହେଲେ ଭାରତ ପାଇଁ ଏହା କେବଳ ଗୋଟିଏ ଆଶ୍ୱସ୍ତର କଥା ଯେ, ଦେଶର ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ ।

ସମ୍ବନ୍ଧିତ ଖବର