ନୂଆଦିଲ୍ଲୀ : ପାକିସ୍ତାନରେ ଆଶ୍ଚର୍ଯ୍ୟଜନକ ଭାବେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପାଇଛି। ଗତ ଜୁନ୍ରେ ପାକିସ୍ତାନରେ ଦୈନିକ ସଂକ୍ରମଣ ପାଖାପାଖି ୬,୦୦୦ ଥିଲାବେଳେ ସେପ୍ଟେମ୍ବରରେ ଏହା ୩୦୦ ତଳକୁ ଖସି ଆସିଛି। ପାକିସ୍ତାନରେ ସଂକ୍ରମଣ କିଭଳି ଭାବେ ହ୍ରାସ ପାଇଛି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କୁହାଯାଉଛି, ପାକିସ୍ତାନୀମାନଙ୍କର ହରାହାରି ବୟସ ୨୨ ବର୍ଷ। ଏଣୁ ଏଠାରେ ମୃତ୍ୟୁ ହାର କମ୍ ରହିଛି। ଆମେରିକା, ବ୍ରାଜିଲ୍ ଭଳି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶର ନାଗରିକଙ୍କର ହାରାହାରି ବୟସ ୩୫ରୁ ୪୫ ମଧ୍ୟରେ ଥିବାରୁ ଏସବୁ ଦେଶରେ ମୃତ୍ୟୁହାର ଅଧିକ ରହିଛି। କିନ୍ତୁ ପାକିସ୍ତାନରେ ଟେଷ୍ଟିଂକୁ ଅସମ୍ଭବ ଭାବେ କମାଇ ଦିଆଯାଇଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଭାରତ, ଆମେରିକା ଭଳି ଦେଶ ତୁଳନାରେ ପାକିସ୍ତାନରେ ଟେଷ୍ଟିଂ ନଗଣ୍ୟ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ପାକିସ୍ତାନର ୧୧ ପ୍ରତିଶତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭିଡ-୧୯ ଆଣ୍ଟିବଡି ସୃଷ୍ଟି ହେଉଛି ଏବଂ ୮୯ ପ୍ରତିଶତ ରୋଗୀଙ୍କ ପ୍ରତି ବିପଦ ରହିଛି। କିନ୍ତୁ ଭାରତ ତୁଳନାରେ ପାକିସ୍ତାନର କୋଭିଡ-୧୯ ମୃତ୍ୟୁହାର ଅଧିକ ରହିଛି। ଭାରତରେ କୋଭିଡ ମୃତ୍ୟୁହାର ୧.୮ ପ୍ରତିଶତ ଥିଲାବେଳେ ପାକିସ୍ତାନରେ ୨.୧ ରହିଛି।
ପାକିସ୍ତାନରେ ହ୍ରାସ ପାଉଛି ସଂକ୍ରମଣ, ଟେଷ୍ଟିଂ କମାଇ ଦେଇଛି ପାକିସ୍ତାନ
ଭାରତ ତୁଳନାରେ ପାକିସ୍ତାନର ମୃତ୍ୟୁହାର ଅଧିକ
/sambad/media/post_attachments/wp-content/uploads/2020/09/pa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)