ନୂଆଦିଲ୍ଲୀ : ସପ୍ତାହକ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ମାମଲା ଲଗାତାର ୪ ହଜାରରୁ ଅଧିକ ରହୁଛି। ଗୋଟିଏ ପଟେ ଦିଲ୍ଲୀରେ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ଘରୋଇ ହସ୍ପିଟାଲ୍ମାନଙ୍କରେ ସମସ୍ତ ଆଇସିୟୁ ବେଡ୍ ଗୁଡ଼ିକ ଭର୍ତ୍ତି ହୋଇଯାଇଛି। କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ୍ ଆବଶ୍ୟକ ହେଉଥିବାବେଳେ ଆଇସିୟୁ ବେଡ୍ର ଅଭାବ ଚିନ୍ତା ବଢ଼ାଇଲାଣି। ଡାକ୍ତରଙ୍କ ଅନୁଯାୟୀ ଗତ ୧୦ ଦିନ ମଧ୍ୟରେ ଆଇସିୟୁରେ ୪ ପ୍ରତିଶତ ରୋଗୀ ବୃଦ୍ଧି ହୋଇଛନ୍ତି। ଦିଲ୍ଲୀ କରୋନା ଆପ୍ ଅନୁଯାୟୀ ଏବେ ଦିଲ୍ଲୀର ଅଧିକାଂଶ ଘରୋଇ ହସ୍ପିଟାଲ୍ରେ ଆଇସିୟୁ ବେଡ୍ ଉପଲବ୍ଧ ନାହିଁ। ଘରୋଇ ହସ୍ପିଟାଲ୍ରେ ବେଡ୍ ନଥିବାରୁ ସରକାରୀ ହସ୍ପିଟାଲ୍ ଗୁଡ଼ିକ ଉପରେ ଏବେ ବୋଝ ବଢ଼ିଛି। ଦିଲ୍ଲୀ ସରକାରୀ ହସ୍ପିଟାଲ୍ରେ ଥିବା ୧୪,୯୯୬ ବେଡ୍ରୁ ୭ ହଜାର ୪୩ ବେଡ୍ରେ ଏବେ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜୀବ ଗାନ୍ଧୀ ହସ୍ପିଟାଲ୍ର ନୋଡାଲ୍ ଅଫିସର ଡ. ଅଜିତ ଜୈନ କହିଛନ୍ତି, ଗତ ୧୫ ଦିନ ପୂର୍ବେ ଆଇସିୟୁ ବେଡ୍ ଉପଲବ୍ଧ ଥିଲା କିନ୍ତୁ ଏବେ ଆଉ ସମାନ ସ୍ଥିତି ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp