ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ମୁମ୍ବାଇରେ ପୁଣି କୋଭିଡ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୮୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୬ ମାସରେ ଏହା ସର୍ବାଧିକ। ଅନ୍ୟପକ୍ଷେ ମୁମ୍ବାଇରେ ୬୮୦ ନୂଆ ମାମଲା ଚିହ୍ନଟ ହୋଇଛି। ଏହା ୭୮ ଦିନରେ ସବୁଠୁ ଅଧିକ। ଦିଲ୍ଲୀରେ ସଂକ୍ରମଣ ମାମଲା ବଢ଼ିବା ଚିନ୍ତାଜନକ ହୋଇଛି। । ଦିଲ୍ଲୀରେ ଗତ ଶନିବାର ସଂକ୍ରମଣ ମାମଲା ୬୯ ଥିବା‌ ବେଳେ ମଙ୍ଗଳବାର ୯୧ ଏବଂ ଗତକାଲି ସଂକ୍ରମଣ ୧୨୫ ଥିଲା। ମୁମ୍ବାଇରେ ସଂକ୍ରମଣ ବଢ଼ିବା ବି ଅତ୍ୟନ୍ତ ଚିନ୍ତାଜନକ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ

Advertisment

ଦେଶରେ ଗତ ୨୪ ଘଣ୍ଟାରେ ୧୨୨ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍‌ ଆତଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଓ ହରିୟାଣା ସରକାର ଆସନ୍ତା ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ରାତି ୧୧ଟାରୁ ସକାଳ ୫ଟା‌ ପର୍ଯ୍ୟନ୍ତ ଏହି କଟକଣା ରହିବ। ଦେଶବ୍ୟାପୀ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବାବେଳେ ଉତ୍ତରପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶର ବିଭିନ୍ନ ଅଂଚଳରେ ସପ୍ତାହିକ ସଂକ୍ରମଣ ବୃଦ୍ଧି ପାଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସାମାଜିକ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକଙ୍କର ସମାଗମ ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ରାଜନୈତିକ କାର୍ଯ୍ୟକ୍ରମ ଉପରେ କିଛି ପ୍ରଭାବ ପକାଇବ ନାହିଁ। ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୧୯୧,୪୨୮ କୋଭିଡ ଟେଷ୍ଟ ହୋଇଥିବା ବେଳେ ୪୯ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଉତ୍ତରପ୍ରଦେଶରେ ୨୬୬ ସକ୍ରିୟ ମାମଲା ରହିଛି। ୩୭ ଜିଲ୍ଲାରେ ଗୋଟିଏ ବି ସକ୍ରିୟ ମାମଲା ନାହିଁ। ରାଜ୍ୟକୁ ଆସୁଥିବା ଯେକୌଣସି ବ୍ୟକ୍ତି କରୋନା ଟେଷ୍ଟ୍‌ କରିବେ ବୋଲି ସରକାର କହିଛନ୍ତି। ହରିୟାଣା ସରକାର ମଧ୍ୟ ସଂକ୍ରମଣ ବୃଦ୍ଧିକୁ ଦେଖି କଟକଣା କଡ଼ାକଡ଼ି କରିଛନ୍ତି। ସମସ୍ତ ବଡ଼ ସମାବେଶ ଓ ସଭା ଆୟୋଜନ ଉପରେ କଟକଣା ଲାଗିଛି।