ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୮,୧୪୭ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୩,୪୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମେ' ୧ ତାରିଖରେ ଦେଶରେ ଦୈନିକ ସଂକ୍ରମଣ ମାମଲା ପ୍ରଥମ ଥର ପାଇଁ ୪ ଲକ୍ଷ ଟପିଥିଲା। ସେହିଦିନ ସଂକ୍ରମଣ ସଂଖ୍ୟା ୪,୦୧,୯୯୩ ଥିଲା ଏବଂ ମେ' ୨ରେ ସଂକ୍ରମଣ ସଂଖ୍ୟା ୩,୯୨,୪୮୮ ଥିଲା। ଆଜି ଏହା ଆହୁରି କମି ଯାଇଛି। ତେବେ ଲଗାତାର ୧୨ ଦିନ ପାଇଁ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୩ ଲକ୍ଷରୁ ଅଧିକ ରହିଛି। ମୋଟ୍ ମୃତ୍ୟୁସଂଖ୍ୟା ମଧ୍ୟ ୨,୧୮,୯୫୯କୁ ବୃଦ୍ଧି ପାଇଛି।
ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଛୁଇଁବାକୁ ବସିଛି। ଆଜିସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୯ ଲକ୍ଷ ୨୫ ହଜାର ୬୦୪କୁ ବୃଦ୍ଧି ପାଇଛି। ସେହିଭଳି ସକ୍ରିୟ ମାମଲା ୩୪ ଲକ୍ଷ ୧୩ ହଜାର ୬୪୨କୁ ବୃଦ୍ଧି ପାଇଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୭.୧୩ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୮୧.୭୭ ପ୍ରତିଶତ ରହିଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୯୩ ହଜାର ୩ ରହିଛି। ଜାତୀୟ ମୃତ୍ୟୁହାର ୧.୧୦ ପ୍ରତିଶତ। ଦେଶରେ ହୋଇଥିବା ମୋଟ୍ ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୭୦,୨୮୪, ଦିଲ୍ଲୀରେ ୧୬,୯୬୬ , କର୍ଣ୍ଣାଟକରେ ୧୬,୦୧୧, ତାମିଲନାଡ଼ୁରେ ୧୪,୩୪୬, ଉତ୍ତରପ୍ରଦେଶରେ ୧୩,୧୬୨, ପଶ୍ଚିମବଙ୍ଗରେ ୧୧,୫୩୯ ଏବଂ ପଂଜାବରେ ୯,୩୧୭ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ୭୦ ପ୍ରତିଶତରୁ ଅଧିକ କରୋନା ମୃତ୍ୟୁ ବିଭିନ୍ନ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପାଇଁ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-6.jpg)