ରାସ୍ତାରେ ପଡ଼ି ଦାଣ୍ଡରେ ଗଡ଼ିଲାଣି ତୃଣମୂଳ କଂଗ୍ରେସର ଗୋଷ୍ଠୀ ବିବାଦ, ଜରୁରୀ ବୈଠକ ଡକାଇଲେ ମମତା

କୋଲକତା : ମମତା ବାନାର୍ଜିଙ୍କ ଦଳ ତୃଣମୂଳ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ । ଦଳରେ ଚାଲିଥିବା କ୍ଷମତା କନ୍ଦଳ ଏବେ ଆଉ ଗୋପନ ହୋଇରହି ନାହିଁ । ଏବେ ଏହା ରାଜରାସ୍ତାରେ ଗଡିଲାଣି । ଏହାକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଶନିବାର ଦିନ ଏକ ଜରୁରୀ ବୈଠକ ଡକାଯାଇଛି ।

ଦଳରେ ଯୁବ ନେତା ଓ ପୁରୁଖା ନେତାଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି । ଗୋଟିଏ ଶିବିରରେ ମମତାଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜି ଥିବାବେଳେ ଅନ୍ୟ ଶିବିରରେ ପଶ୍ଚିମବଙ୍ଗର କ୍ୟାବିନେଟ୍ ମନ୍ତ୍ରୀ ଓ କୋଲକାତା ମେୟର ଫିରହାଦ ହକିମ । ହକିମ ଉଭୟ କ୍ୟାବିନେଟ ମନ୍ତ୍ରୀ ଥାଇ କୋଲକାତାର ମେୟର ହେବାକୁ ଅଭିଷେକ ବିରୋଧ କରୁଛନ୍ତି । ସେ ଦଳରେ ଗୋଟିଏ ବ୍ୟକ୍ତି-ଗୋଟିଏ ପଦ ନୀତି ଲାଗୁ କରିବା ଚାହୁଁଛନ୍ତି । ଏଥି ପାଇଁ ସେ ଏକ ଅଭିଯାନ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏହା ଦଳୀୟ ଶୃଙ୍ଖଳା ଭଙ୍ଗ ବୋଲି ହକିମ ଅଭିଯୋଗ କରୁଛନ୍ତି । ଏହି ବିବାଦ ଏବେ ମମତାଙ୍କ ପାଖରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ସେ ଶନିବାର ଦିନ ଏକ ଜରୁରୀ ବୈଠକ ଡକାଇଛନ୍ତି ।

ସମ୍ବନ୍ଧିତ ଖବର