କାଙ୍ଗାଳ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଭାରତକୁ ଯୁଦ୍ଧ କରିବା ପାଇଁ ଉସକାଉଛି!

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଏବେ ଧରାଶାୟୀ ହୋଇପଡିଛି । ପରିବାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟସବୁ ମହଙ୍ଗା ଦରରେ ବିକ୍ରି ହେଉଛି । ସେଠାକାର ଲୋକମାନେ ନାହିନଥିବା ଅସୁବିଧା ଭୋଗୁଛନ୍ତି । କିନ୍ତୁ ବର୍ତ୍ତମାନ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜ ଦେଶର ଅର୍ଥନୀତି କ’ଣ ସୁଧାରିବେ ଭାରତକୁ ଯୁଦ୍ଧ କରିବା ପାଇଁ ଉସକାଉଛନ୍ତି ।

ପାକିସ୍ତାନର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଲୋକଙ୍କୁ ପାଣି ମଧ୍ୟ କିଣି ପିଇବାକୁ ପଡୁଛି । ଡାଲି,ଚିନି,ଗ୍ୟାସ୍ ,କ୍ଷୀର ଏବଂ ଫଳ ସମେତ ଅନ୍ୟାନ୍ୟ ସାମଗ୍ରୀର ଦାମ୍ ବଢୁଛି । ଭାରତ ସହ ବ୍ୟବସାୟ ବନ୍ଦ ହେବା ପରେ ପାକିସ୍ତାନ ଏବେ ନିଜ ଗୋଡରେ ହିଁ କୁରାଢି ମାରିବା ଭଳି କାମ କରିଛି ।

photo-zeenews

ପାକିସ୍ତାନରେ ଡାଲିର ଦର ଖୁବ୍ ମହଙ୍ଗା ରହିଛି । ସେଠାରେକିଲୋଗ୍ରାମ୍ ପ୍ରତି ବୁଟ ଡାଲିର ଦର ୩୬୦ ଟଙ୍କା ରହିଛି । ଠିକ୍ .ସେହିପରି ମୁଗଡାଲି ୧୭୦ ଟଙ୍କା ,ମସୁର ଡାଲି ୧୩୦ ଟଙ୍କା ଏବଂ କୋଳଥ ଡାଲି ୧୮୦ ଟଙ୍କା  ରହିଛି । ଅନ୍ୟପକ୍ଷରେ ଯଦି ଆମେ କ୍ଷୀର କଥା କହିବା ତେବେ ପାକ୍ ରେ ଭାରତଠାରୁ ୨ ଗୁଣା ଅଧିକ ଦାମ୍ ରେ କ୍ଷୀର ବିକ୍ରି ହେଉଛି । ପାକିସ୍ତାନରେ ଏକ ଲିଟର କ୍ଷୀର ପାଇଁ ଲୋକଙ୍କୁ ୧୦୦ ରୁ ୧୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ମହଙ୍ଗା ଦରରେ ଲୋକଙ୍କ ପାଇଁ ଚା’ ପିଇବା ମଧ୍ୟ କଷ୍ଟକର ହୋଇପଡିଲାଣି । ପାକ୍ ରେ ଚିନି କିଲୋ ଏବେ ୮୦ ଟଙ୍କା । ଗୋଟିଏ ନାନ୍ ରୁଟିର ଦାମ୍ ୪୦ ଟଙ୍କା । କେବଳ ଏତିିକି ନୁହଁ ପେଟ୍ରୋଲ୍ ଏବଂ ଘରୋଇ ଗ୍ୟାସ୍ ଦାମରେ ମଧ୍ୟ ନିଆଁ ଲାଗିଛି । ଏକ ଲିଟର ପେଟ୍ରୋଲର ଦାମ୍ ୧୧୭ ଟଙ୍କା ରହିଛି ।

ପାକିସ୍ତାନରେ ଡଲାରର ଦାମ୍ ଭାରତ ତୁଳନାରେ ଦୁଇଗୁଣା ଅଧିକ ରହିଛି । ଭାରତରେ ଯେଉଁଠି ୧ ଲିଟର ଡଲାରର ଦାମ୍ ୭୧ ଟଙ୍କା ୧୪ ପଇସା ରହିଛି , ସେଠି ପାକିସ୍ତାନରେ ୧୫୯ ଟଙ୍କା ୭୬ ପଇସା ରହିଛି । କହିବାକୁ ଗଲେ ପାକିସ୍ତାନ ଏବେ କାଙ୍ଗାଳ ଅବସ୍ଥା ଦେଇ ଗତି କରୁଛି ।

ସମ୍ବନ୍ଧିତ ଖବର