ଚନ୍ଦ୍ରଗ୍ରହଣକୁ ନେଇ ଜାଣନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କଥା, ଅପରାହ୍ନ ୪ଟାରୁ ବନ୍ଦ କରାଯିବ ଦେବକାର୍ଯ୍ୟ

ଆସନ୍ତାକାଲି ଅର୍ଥାତ ଜୁଲାଇ ୧୬ରେ ଚନ୍ଦ୍ରଗ୍ରହଣ ହେବାର ଅଛି | ଏହି ଚନ୍ଦ୍ରଗ୍ରହଣ ରାତି ୧.୩୨ରୁ ଆରମ୍ଭ ହୋଇ ୪.୩୧ ଯାଏଁ ରହିବ | ଏହି ଚନ୍ଦ୍ରଗ୍ରହଣର ମଧ୍ୟକାଳ ୩.୦୮ ରହିଥିବାବେଳେ ଗୁରୁପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି | ୧୬ ଜୁଲାଇରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ପାଇଁ କିଛି ମନ୍ଦିରରେ ଦେବନୀତି ଅପରାହ୍ନ ୪ଟାରୁ ବନ୍ଦ କରାଯିବ | ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଦେବନୀତିକୁ ନିଷେଧ କରାଯାଇଥାଏ |

krmg.com

ଅର୍ଥାତ ମଙ୍ଗଳବାର ଦିନ ଅପରାହ୍ନ ୪.୨୫ ପରଠାରୁ ସମସ୍ତ ପାକକାର୍ଯ୍ୟ ବନ୍ଦ ରହିବ । ଏହି ନିଷେଧ ସମୟ ଜୁଲାଇ ୧୭ ତାରିଖ ସକାଳ ୪ଟା ୪୦ରେ ସରିବ | ଏହି ସମୟ ପରେ ଆପଣ ପୁଣି ସ୍ନାନ ପରେ ପୂଜାବିଧି କରିପାରିବେ | ଏଠାରେ ସୂଚନା ଥାଉ କି ୨୦୧୯ର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୨୧ରେ ହୋଇଥିଲା | ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିବାବେଳେ ସୁପରବ୍ଲଡ଼ ମୁନ ନାମ ଦିଆଯାଇଥିଲା | କୁହାଯାଉଛି ଯେ ଏହି ସମୟରେ ଚନ୍ଦ୍ର ପୃଥିବୀର ବହୁତ ପାଖକୁ ଆସିଯାଇଥାଏ | ପୁଣିଥରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମେ ୨୯ ୨୦୨୧ ମସିହାରେ ହେବ |

ଚନ୍ଦ୍ରଗ୍ରହଣ କଣ ଜାଣନ୍ତୁ
ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥିବାବେଳେ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ | ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଏକା ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚିପାରେ ନାହିଁ | ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି | ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ ।

ସମ୍ବନ୍ଧିତ ଖବର