ନୂଆଦିଲ୍ଲୀ, ୯/୧ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ସୋମବାର ଦିନ ଘରୋଇ ଟିଭି ଚ୍ୟାନେଲ ଗୁଡ଼ିକ ଉପରେ ପ୍ରବଳ ବର୍ଷିଛି। ଦୁର୍ଘଟଣା, ମୃତ୍ୟୁ ଏବଂ ହିଂସା ସମେତ ମହିଳା, ଶିଶୁ ଏବଂ ବୟସ୍କଙ୍କ ବିରୋଧରେ ହିଂସାକୁ ବିଭିନ୍ନ ଟିଭି ଚ୍ୟାନେଲ ଯେଉଁଭଳି ଭାବେ ରିପୋର୍ଟିଂ ଓ ଉପସ୍ଥାପନ କରୁଛନ୍ତି ସେନେଇ ତୀବ୍ର ଉଦ୍ବେଗ ପ୍ରକାଶ କରିଛି ମନ୍ତ୍ରାଳୟ। ଏପରିକି କ୍ରିକେଟର ଋଷଭ ପନ୍ତ୍ଙ୍କ ଦୁର୍ଘଟଣା ଖବରକୁ ଯେଭଳି ଭାବେ ପ୍ରସାରଣ କରାଯାଇଥିଲା ତାହା ବି ପ୍ରୋଗ୍ରାମ୍ କୋଡ୍ର ଉଲ୍ଲଂଘନ କରିଥିଲା । ମନ୍ତ୍ରାଳୟ ପକ୍ଷରୁ ଟିଭି ଚ୍ୟାନେଲ୍ ଗୁଡ଼ିକୁ ସତର୍କ କରାଯାଇଛି। ଟିଭି ଚ୍ୟାନେଲ୍ଗୁଡ଼ିକରେ ପ୍ରସାରିତ ବିଷୟବସ୍ତୁ ଶିଶୁଙ୍କ ମାନସିକ ସ୍ଥିତି ଉପରେ ବି ପ୍ରଭାବ ପକାଉଛି। ଟିଭି ହେଉଛି ଏଭଳି ଏକ ମଞ୍ଚ ଯାହା ସାଧାରଣତଃ ପରିବାରର ଶିଶୁଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଖିଥାନ୍ତି। ମନ୍ତ୍ରାଳୟ ଏହା ଅନୁଧ୍ୟାନ କରିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ ସୋସିଆଲ ମିଡିଆରୁ ଭିଡିଓ ନେଇ ଏହାକୁ ଚ୍ୟାନେଲ ଗୁଡ଼ିକ ବିନା ସଂଶୋଧନରେ ପ୍ରସାରଣ କରୁଛନ୍ତି। ଫଳରେ ଏହା ଅନେକ କ୍ଷେତ୍ରରେ ପ୍ରୋଗ୍ରାମ କୋଡ୍ ଉଲ୍ଲଂଘନ କରୁଛି। ମନ୍ତ୍ରାଳୟ ନିର୍ଦ୍ଦିଷ୍ଟ ଭାବେ କିଛି ଘଟଣାକୁ ଉଦାହରଣ ଭାବେ ଦର୍ଶାଇଛନ୍ତି। ଗତ ଡିସେମ୍ବର ୩୦ରେ ଋଷଭ ପନ୍ତ୍ଙ୍କ ଦୁର୍ଘଟଣା ପରେ ତାଙ୍କ ମୁହଁକୁ ବ୍ଲର୍ ନକରି ପ୍ରସାରଣ କରିବା ଏବଂ ଏଥିସହ ଗତବର୍ଷ ଏପ୍ରିଲରେ ପଂଜାବୀ ଗାୟକଙ୍କ ମୃତଦେହକୁ ଯେଭଳି ଭାବେ ପ୍ରସାରଣ କରାଗଲା ଏବଂ ଜଣେ ବ୍ୟକ୍ତି ନିଜ ୨ ପୁଅଙ୍କୁ ଅତି ଅମାନବୀୟ ଭାବେ ପିଟୁଥିବାର ଚିତ୍ର ପ୍ରସାରଣକୁ ମନ୍ତ୍ରାଳୟ ବିରୋଧ କରିଛନ୍ତି। ମନ୍ତ୍ରାଳୟ କହିଛନ୍ତି, ଅଧିକାଂଶ କ୍ଷେତ୍ରରେ ପ୍ରସାରିତ ବିଷୟବସ୍ତୁ ଶିଶୁଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଉଛି।
ହିଂସାତ୍ମକ ବିଷୟବସ୍ତୁ ପାଇଁ ଟିଭି ଚ୍ୟାନେଲ ଉପରେ ବର୍ଷିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
/sambad/media/post_attachments/wp-content/uploads/2023/01/sfhfshfhsfhsfhs.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)