ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସୂଚନା: ମଧ୍ୟପ୍ରାଚ୍ୟରେ ଚତୁର୍ଥ ଲହର

ନୂଆଦିଲ୍ଲୀ : ମଧ୍ୟ ପ୍ରାଚ୍ୟରେ ଡେଲ୍‌ଟା ଭାରିଆଣ୍ଟ୍‌ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଡେଲ୍‌ଟା ଭାରିଆଣ୍ଟ୍ ମଧ୍ୟ-ପ୍ରାଚ୍ୟରେ ଚତୁର୍ଥ ଲହରର କାରଣ ପାଲଟିବାକୁ ବସିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

India Today

ଏସବୁ ଦେଶରେ କରୋନା ଟିକାକରଣ ହାର କମ୍ ରହିଛି। ଡେଲ୍‌ଟା ଭାରିଆଣ୍ଟ୍ ପ୍ରଥମେ ଭାରତରେ ଦେଖାଯାଇଥିଲା। ମଧ୍ୟ ପ୍ରାଚ୍ୟର ୨୨ଟି ଦେଶରୁ ୧୫ଟିରେ ଉକ୍ତ ଉଚ୍ଚ ସଂକ୍ରମଣଶୀଳ ଭୂତାଣୁ ପ୍ରଜାତି ଠାବ ହୋଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ମରକୋରୁ ପାକିସ୍ତାନ ପର୍ଯ୍ୟନ୍ତ ଦେଶରେ ଡେଲ୍‌ଟା ଜନିତ ସଂକ୍ରମଣ ବୃଦ୍ଧି ପାଉଛି। ଅଧିକାଂଶ ନୂଆ ମାମଲା ଏବଂ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀ ଟିକା ନେଇନାହାନ୍ତି। ଆମେ ଏହି ଅଞ୍ଚଳରେ ଚତୁର୍ଥ ଲହର ଦେଇ ଗତି କରୁଛୁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବ-ଭୂମଧ୍ୟସାଗର ଅଞ୍ଚଳର ନିର୍ଦ୍ଦେଶକ ଅହମଦ ଅଲ୍‌ ମନ୍ଧାରି କହିଛନ୍ତି। ଜୁଲାଇ ଶେଷ ସପ୍ତାହ ସୁଦ୍ଧା ମଧ୍ୟ ପ୍ରାଚ୍ୟର ସମୁଦାୟ ଜନସଂଖ୍ୟାର ମାତ୍ର ୪୧ ନିୟୁତ ବା ୫.୫ ପ୍ରତିଶତ ଲୋକ ଦୁଇ ଡୋଜ୍‌ ଟିକା ନେଇଛନ୍ତି। ଗତମାସରେ ସଂକ୍ରମଣ ୫୫ ପ୍ରତିଶତ, ମୃତ୍ୟୁ ୧୫ ପ୍ରତିଶତ ବୃଦ୍ଧି ପାଇଛି। ଗୋଟିଏ ସପ୍ତାହରେ ୩,୧୦,୦୦୦ରୁ ଅଧିକ ସଂକ୍ରମଣ ଏବଂ ୩୫୦୦ରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି। ଟ୍ୟୁନିସିଆରେ ଉତ୍ତର ଆଫ୍ରିକାର ସର୍ବାଧିକ କରୋନା ମୃତ୍ୟୁ ହୋଇଛି। ଅକ୍ସିଜେନ ଓ ଆଇସିୟୁ ଅଭାବ ଏହିସବୁ ଅଞ୍ଚଳରେ ଦେଖାଯାଇଛି।

ସମ୍ବନ୍ଧିତ ଖବର