ମୁମ୍ବାଇ: ପୁରସ୍କାର ଦେଲେ, ଏହା ପରେ ଆଶୀର୍ବାଦ ନେଲେ | ମୁମ୍ବାଇରେ ଆୟୋଜିତ ହଲ୍ ଅଫ୍ ଫେମ୍ ୨୦୨୦ କାର୍ଯ୍ୟକ୍ରମରେ କିଛି ଏମିତି ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଭାବୁକ କରିଦେଇଛି | କାରଣ ଇନଫୋସିସର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତି ଶିଳ୍ପପତି ରତନ ଟାଟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି | ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଦିନ ମୁମ୍ବାଇରେ ଟାଇକନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏଥିରେ ଦେଶର ଜଣାଶୁଣା ଶିଳ୍ପଦ୍ୟୋଗୀଙ୍କ ସହ ଆଇଟି ଶିଳ୍ପ ସହ ଜଡିତ ବିଶିଷ୍ଟ ବ୍ୟକ୍ତିମାନେ ଆସିଥିଲେ |
ଏହି କାର୍ଯ୍ୟକ୍ରମରେ ରତନ ଟାଟାଙ୍କୁ ଜୀବନବ୍ୟାପି ସାଧନା ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ଥିଲା | ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ମଂଚ ଉପରକୁ ଆସିଥିଲେ ରତନ ଟାଟା | ତାଙ୍କୁ ପୁରସ୍କାର ଦେବାକୁ ଅତିଥି ଭାବେ ଆସିଥିଲେ ଇନଫୋସିସ୍ ସହ ସଂସ୍ଥାପକ ନାରାୟଣ ମୂର୍ତ୍ତି | ଘୋଷକଙ୍କ ଘୋଷଣା ପରେ ମୂର୍ତ୍ତି ରତନ ଟାଟାଙ୍କୁ ପୁରସ୍କାର ଦେଇଥିଲେ | ଏହା ପରେ ପାଦ ଛୁଇଁ ପ୍ରଣାମ କରିଥିଲେ |
/sambad/media/post_attachments/wp-content/uploads/2020/01/499172-murthi.jpg)
ବୟସ ଓ ଅଭିଜ୍ଞତା ପାଇଁ ପ୍ରଣାମ କେତେ ଗୁରୁତ୍ୱ ରଖେ ତାହାକୁ ପ୍ରମାଣ କରି ଦେଖାଇଛନ୍ତି ନାରାୟଣ ମୂର୍ତ୍ତି | ଏହି ଘଟଣାକୁ ନେଇ ୮୨ ବର୍ଷୀୟ ରତନ ଟାଟା ନିଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଲେଖିଛନ୍ତି ଯେ ମୋର ସବୁଠାରୁ ପ୍ରିୟ ସାଙ୍ଗ ନାରାୟଣ ମୂର୍ତ୍ତିଙ୍କ ହାତରୁ ପୁରସ୍କାର ପାଇ ମତେ ବହୁତ ଖୁସି ଲାଗୁଛି | ଟ୍ୱିଟରରେ ୟୁଜର୍ସମାନେ ଏହି ଫଟୋକୁ ଖୁବ ପସନ୍ଦ କରିଥିବା ବେଳେ ଏହି ଘଟଣାକୁ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି |