ଆହ୍ଲାବାଦରେ ଅମାନବୀୟ କାଣ୍ଡ

ଆହ୍ଲାବାଦ: ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଆଜି ଏକ ଅମାନବୀୟ କାଣ୍ଡ ଘଟିଛି। ୭୦ ବର୍ଷର ଜଣେ ଅବସରପ୍ରାପ୍ତ ପୁଲିସ ସବ୍‌-ଇନ୍ସପେକ୍ଟର୍‌କଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହାଇକୋର୍ଟ ମଧ୍ୟ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ଘଟଣାରେ ପୁଲିସ ୧୦ ଜଣଙ୍କ ନାମରେ ଏତଲା ଦାଏର କରିଥିବା ବେଳେ ୫ ଜଣକୁ ଗିରଫ କରିଛି। ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଦୃଶ୍ୟରୁ ଜଣାପଡ଼ିଛି ଯେ ଦୁର୍ବୃତ୍ତମାନେ ମାତ୍ର ୯୦ ସେକେଣ୍ଡରେ ଅବସରପ୍ରାପ୍ତ ପୁଲିସ ଏସ୍‌ଆଇ ଅବ୍‌ଦୁଲ୍‌ ସମଦ୍‌ ଖାନ୍‌ଙ୍କୁ ୪୯ ଥର ପ୍ରହାର କରିଥିଲେ।ସିସିଟିଭି କ୍ୟାମେରାରୁ ମିଳିଥିବା ସୂଚନା ଅନୁସାରେ ଅବ୍‌ଦୁଲ୍‌ ଏକ ସାଇକଲ୍‌ରେ ଯାଉଥିବା ବେଳେ ତାଙ୍କୁ ନାଲି ସାର୍ଟ ପିନ୍ଧା ଜଣେ ଲୋକ ପିଛା କରିଥିଲା। ଏହାପରେ ତାଙ୍କୁ ତଳେ ପକାଇ ଏକ ବାଡ଼ି ଦ୍ୱାରା ପିଟିବା ଆରମ୍ଭ କରିଥିଲା। ଏଥିରୁ ବର୍ତ୍ତିବାକୁ ଯେତେ ଚେଷ୍ଟା କରିଥିଲେ ହେଁ ୭୦ ବର୍ଷୀୟ ଅବ୍‌ଦୁଲ୍‌ ବିଫଳ ହୋଇଥିଲେ। ଏହାପରେ ଆଉ ଦୁଇଜଣ ଲୋକ ମଧ୍ୟ ସେଠାରେ ପହଞ୍ଚି ଠେଙ୍ଗା ଓ ବାଡ଼ି ଦ୍ୱାରା ପିଟିଥିଲେ। ଫଳରେ ସେ ଲହୁଲୁହାଣ ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର