ପାଟନାରେ ମମତାଙ୍କ ବିରୋଧରେ ଜନଶକ୍ତି ପାର୍ଟିର ବିକ୍ଷୋଭ ପ୍ରଦର୍ଶନ

ଜନଶକ୍ତିର କର୍ମୀମାନେ ମମତାଙ୍କ ଫଟୋରେ କାଳି ବୋଳିବା ସହ ଜୋତାରେ ବାଡେଇ ପ୍ରତିବାଦ ଜାହିର କଲେ

ପାଟନା : କୋଲକାତାରେ ସିବିଆଇ ଓ ପୁଲିସ ବିବାଦକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଏହାକୁ ନେଇ ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। କେବଳ ଏତିକି ନୁହେଁ କୋଲକାତାର ଏହି ସଂକଟ ଏବେ ପହଁଚିଛି ସୁପ୍ରିମକୋର୍ଟରେ। କୋଲକାତାରେ ସିବିଆଇ ଓ ପୁଲିସ ବିବାଦ ମଧ୍ୟରେ ଗତକାଲି ଠାରୁ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । କେନ୍ଦ୍ରର ମୋଦି ସରକାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ସିବିଆଇ ବିରୋଧରେ ମମତା ଯୁଦ୍ଧଂଦେହି ଡାକରା ଦେଇଥିବା ବେଳେ ଦିଦିଙ୍କୁ ସମର୍ଥନ ଜଣାଇଛନ୍ତି ମୋଦି ବିରୋଧୀ ।

ତେବେ ପାଟନାରେ ଦେଖିବାକୁ ମିଳିଛି ଓଲଟା ଚିତ୍ର । ପାଟନାରେ ଜନଶକ୍ତି ପାର୍ଟି ମମତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିରୋଧୀ କର୍ମୀମାନେ ମମତାଙ୍କ ଫଟୋରେ କାଳି ବୋଳିବା ସହ ଜୋତାରେ ବାଡେଇ ପ୍ରତିବାଦ ଜାହିର କରିଥିଲେ । ରବିବାର କୋଲକାତରେ ହୋଇଥିବା ହାଇଡ୍ରାମା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଅନେକ ରାଜ୍ୟରୁ ତାଙ୍କୁ ସମର୍ଥନ ମିଳୁଥିବା ବେଳେ ମମତାଙ୍କୁ ବିରୋଧ ମଧ୍ୟ କରାଯାଉଛି ।

ସମ୍ବନ୍ଧିତ ଖବର