ରୋଗୀଙ୍କ ସ୍ଥିତି ବୁଝିବାକୁ ଯାଇଥିବାବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଉପରକୁ କାଳିମାଡ଼

ପାଟନା: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେ ମଙ୍ଗଳବାର ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନରେ ଯାଇଥିବାବେଳେ ତାଙ୍କ ଉପରେ ଜଣେ ଯୁବକ କାଳି ମାଡ କରିଛି | ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କେବଳ ତାଙ୍କ ଉପରେ କାଳି ମାଡ ହୋଇନାହିଁ ବରଂ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ ବି କାଳି ମାଡ ହୋଇଛି |


ସେ କହିଛନ୍ତି ଯେ ଏହି ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନେ ପୂର୍ବରୁ ଅପରାଧ ଜଗତରେ ସକ୍ରିୟ ଥିଲେ | ଅନ୍ୟପଟେ କାଳି ମାଡ କରିଥିବା ଯୁବକ ନିଶାନ୍ତ ଝା କହିଛି ଯେ ତାଙ୍କର ସମ୍ପର୍କ ପପୁ ଯାଦବଙ୍କ ଦଳ ଜଣ ଅଧିକାର ପାର୍ଟି ସହ ରହିଛି |

ତେବେ ପପୁ ଯାଦବ ଏହାକୁ ଖଣ୍ଡନ କରିଛନ୍ତି | ଏଠାରେ ସୂଚନା ଥାଉ କି ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେ ପାଟନା ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ | ବର୍ତ୍ତମାନ ବିହାରରେ ଡେଙ୍ଗୁର ମାରାତ୍ମକତା ଦେଖିବାକୁ ମିଳିଥିବା ବେଳେ ୧୩୦୦ରୁ ଅଧିକ ଲୋକ ଏଥିରେ ପୀଡିତ ଅଛନ୍ତି |

ସମ୍ବନ୍ଧିତ ଖବର