ବୁଲନ୍ଦସର ଜେଲ୍‌ରେ ରେଡିଓ ଷ୍ଟେସନ୍‌ ଖୋଲିବା ପରେ ରେଡିଓ ଜକି ପାଲଟୁଛନ୍ତି କଏଦୀ

ବୁଲନ୍ଦସର: ବୁଲନ୍ଦସର ଜେଲ୍‌ରେ ରହୁଥିବା କଏଦୀମାନଙ୍କ ପାଇଁ ଏକ ରେଡିଓ ଷ୍ଟେସନ୍‌ ଖୋଲାଯାଇଛି। ଜେଲ୍‌ ଭିତରେ ଏପରି ରେଡିଓ ଷ୍ଟେସନ୍‌ ଖୋଲିବା‌ରେ ବୁଲନ୍ଦରର ଏହି ଜେଲ୍‌ ପ୍ରଥମ।

ବୁଲନ୍ଦରସରର ଜିଲ୍ଳା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ କଏଦୀମାନଙ୍କ ମନୋରଞ୍ଜନ ପାଇଁ ଏହି ରେଡିଓ ଷ୍ଟେସନ୍‌ ଖୋଲାଯାଇଛି। ଜେଲ୍‌ର କଏଦୀମାନଙ୍କ ମାନସିକ‌ତାରେ ପରିବର୍ତ୍ତନ ଆଣିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

Times Now

ଜେଲ୍‌ ସୁପରିଟେଣ୍ଡେଟ୍‌ଙ୍କ କହିବା ମୁତାବକ ପ୍ରତି କଏଦୀଙ୍କ ମନ ପସନ୍ଦ ଗୀତ ଗୋଟାଏ ପରେ ଗୋଟାଏ ସେଠାରେ ବଜାଯାଉଛି। ଏହି ରେଡିଓ ଷ୍ଟେସନ୍ କେବଳ ମନୋରଞ୍ଜନ ପାଇଁ ନୁହେଁ। ବରଂ କଏଦୀମାନଙ୍କୁ ରେଡିଓ ଜକି ହେବା ପାଇଁ ସୁଯୋଗ ମଧ୍ୟ ଯୋଗାଇ ଦିଅ‌ାଯାଉଛି। ଭାରତୀୟ ଐତିହ୍ୟ ବିଷୟରେ କଏଦୀମାନଙ୍କୁ ସୂଚନା ପ୍ରଦାନ କରାଯିବ।

ରେଡିଓ ଷ୍ଟେସନ୍‌ ଖୋଲିବା ପରେ ଜେଲ୍‌ରେ ଥିବା କଏଦୀମାନେ ନିଜ ନିଜର ଖୁସି ବ୍ୟକ୍ତ କରିଛନନ୍ତି। ରେଡିଓ ଷ୍ଟେସନ୍‌ ବ୍ୟତୀତ ଏହି ଜିଲ୍ଲା ଜେଲ୍‌ରେ ଳାଇବ୍ରେରି ଓ ଇ-କ୍ଲାସ୍‌ ମଧ୍ୟ ପୂର୍ବରୁ ଖୋଲାଯାଇଛି।

ସମ୍ବନ୍ଧିତ ଖବର