ଇସ୍ଲାମାବାଦ,:ଆତଙ୍କବାଦୀଙ୍କ ଭୂ-ସ୍ୱର୍ଗ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣକୁ ବିରୋଧକରି ୧୮ଶହରୁ ଉର୍ଦ୍ଧ୍ୱ ମୌଲବୀ(ଇସ୍ଲାମିକ ଧର୍ମ ପ୍ରଚାରକ) ଫତଓ୍ଵା ଜାରି କରିଛନ୍ତି। ପାକିସ୍ତାନ ସରକାରଙ୍କ ଦ୍ୱାରା ଆଜି ଉନ୍ମୋଚିତ ଏକ ପୁସ୍ତକରେ କୁହାଯାଇଛି ଯେ,ମୌଲବୀମାନେ ଆତ୍ମଘାତୀ ଆକ୍ରମଣକୁ ଇସ୍ଲାମ୍ ବିରୋଧୀ ବୋଲି ବିବେଚନା କରିଥାନ୍ତି। ବିଗତ କିଛି ବର୍ଷରେ ସମଗ୍ର ଦକ୍ଷିଣ ଏସିଆ ଇସ୍ଲାମିକ୍ ଷ୍ଟେଟ ପରି ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି।
ଏହି ବିସ୍ଫୋରଣକାରୀ ମାନେ ଆତ୍ମଘାତୀ ବିସ୍ଫୋରଣ କରି ହିଂସା ସୃଷ୍ଟି କରିବା ସହ ସାରା ବିଶ୍ୱରେ ଇସ୍ଲାମିକ୍ ଶାସନ ଜାରି କରିବା ଲକ୍ଷ୍ୟରେ ରହିଛନ୍ତି। ପୁସ୍ତକରେ ଲେଖାଯାଇଛି ଯେ,ଏଭଳି ଆକ୍ରମଣରେ ବିଶେଷ କରି ସାଧାରଣ ନିରୀହ ଜନତାଙ୍କ ବଳି ପଡ଼ୁଥିବା ବେଳେ ଏହି କଠୋରପନ୍ଥୀ ଆତଙ୍କବାଦୀମାନେ ଏହାକୁ ନିଜର ଅସ୍ତ୍ର କରିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ମମ୍ନୁନକ ହୁସୈନ୍ ଏହି ପୁସ୍ତକରେ ଲେଖିଛନ୍ତି ଯେ,ଏକ ଉଦାର ଇସ୍ଲାମିକ୍ ସମାଜରେ ସ୍ଥିରତା ଆଣିବା ପାଇଁ ଏହି ଫତ୍ଓ୍ଵା ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/flag-2.jpg)