ଡଲାସ୍‌:ଆଇସିସି ଟି-୨୦ ବିଶ୍ବକପର ୧୧ତମ ମ୍ୟାଚ୍‌ରେ ଆମେରିକା ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଡଲାସ୍‌ର ଗ୍ରାଣ୍ଡ୍ ପ୍ରେରି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆମେରିକା ଅଧିନାୟକ ମୋନାଙ୍କ ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।
ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

Advertisment

ଧାର୍ଯ୍ୟ ୨୦ ଓଭରରେ ପାକିସ୍ତାନ ଦଳ ୭ ୱିକେଟ ହରାଇ ୧୫୯ ରନ୍ କରିଛି। ଫଳରେ ଆମେରିକା ପାଇଁ ବିଜୟ ଲକ୍ଷ୍ୟ ୧୬୦ ରନ୍ ରହିଛି।

ପାକିସ୍ତାନ ପକ୍ଷରୁ ବାବର ଆଜମ୍ ୪୪ ରନ୍ କରିଥିବାବେଳେ ଫକର ଜାମନ ୧୧ ରନ୍ କରିଥିଲେ। ସେହିପରି ଶାଦବ ଖାନ ୪୦ ରନ୍ କରିଥିଲେ।ଇଫତିକାର ଅହମ୍ମଦ ୧୮ ରନ୍, ଶାହିନ ଆଫ୍ରିଦି ୨୨ ରନ୍ କରିଥିଲେ।