ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବ ମାରାତ୍ମକ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଘାତ । ଦୁଇଟି ସଂସ୍କୃତ ଶବ୍ଦକୁ ମିଶାଇ ଏହି ଅରିଘାତ ଶବ୍ଦଟି ପ୍ରସ୍ତୁତ କରାଯାଇଛି । ‘ଅରି’ ର ଅର୍ଥ ଶତ୍ରୁ ଓ ‘ଘାତ’ର ଅର୍ଥ ପ୍ରହାର ଅଥବା ଆକ୍ରମଣ । ଏଣୁ ଅରିଘାତର ଅର୍ଥ ହେଉଛି ଶତ୍ରୁସଂହାରକ । ଭାରତ ମହାସାଗରରେ ଚୀନର ଅନୁପ୍ରବେଶ ବଢୁଥିବା ଦୃଷ୍ଟିରୁ ଭାରତର ସମୁଦ୍ରସୀମାର ସୁରକ୍ଷା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା କରାଯାଉଛି।

Advertisment

ବିଶାଖାପାଟଣାର ଜାହାଜ ନିର୍ମାଣ କେନ୍ଦ୍ରରେ ଆଡଭାନ୍ସ ଟେକ୍ନୋଲୋଜି ଭେସେଲ (ଏଟିଭି) ପ୍ରକଳ୍ପ ଅଧୀନରେ ଆଣବିକ କ୍ଷେପଣାସ୍ତ୍ରରେ ସଜ୍ଜିତ ବୁଡ଼ାଜାହାଜ ଆଇଏନଏସ ଆରିଘାଟ ନିର୍ମାଣ କରାଯାଇଛି । ଏହା ଏକ ଅରିହନ୍ତ ଶ୍ରେଣୀର ବୁଡ଼ାଜାହାଜ ଯାହା ପରମାଣୁ ଶକ୍ତିରେ ସଜ୍ଜିତ । ଭାରତର ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଆରିଘାତରେ ୧୫ କିଲୋମିଟର ଦୂରତା ବିଶିଷ୍ଟ କେ-୭୫୦ କ୍ଷେପଣାସ୍ତ୍ର ରହିବ। ସାମୁଦ୍ରିକ ସମ୍ପ୍ରସାରଣ ଉପରେ ଚୀନର ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହାକୁ ସୃଷ୍ଟି କରାଯାଇଛି। ଭାରତ ମଧ୍ୟ ଦୁଇଟି ନୂତନ ପରମାଣୁ ବୁଡ଼ାଜାହାଜ ନିର୍ମାଣ କରିବାକୁ ଯୋଜନା କରିଛି, ଯାହା ଏକ ଦଶନ୍ଧି ମଧ୍ୟରେ ପ୍ରସ୍ତୁତ ହେବ । ଭାରତରେ ଆଉ ଦୁଇଟି ଆଣବିକ ଶକ୍ତି ଆକ୍ରମଣକାରୀ ବୁଡ଼ାଜାହାଜ ନିର୍ମାଣ ସହିତ ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ଅନୁମୋଦନ ମିଳିବାକୁ ଯାଉଛି।