ଦେଶ ସୁରକ୍ଷାରେ ନିୟୋଜିତ ହେଲା ଭାରତର ଗାଇଡେଡ୍‌ ମିସାଇଲ ଡେଷ୍ଟ୍ରୟର ସିପ୍‌- ଆଇଏନଏସ ଇମ୍ଫାଲ

ମୁମ୍ବାଇ : ଭାରତୀୟ ନୌସେନା ମୁଖ୍ୟ ସୁନୀଲ ଲାନବା ଆଜି ଭାରତର ଗାଇଡେଡ୍‌ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରୋଜେକ୍ଟ ୧୫ବି ଅଧିନରେ ଏହା ହେଉଛି ୩ୟ ଯୁଦ୍ଧପୋତ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧପୋତ ଶତ୍ରୁପକ୍ଷର ଗାଇଡେଡ ମିସାଇଲକୁ ଧ୍ୱଂସ କରିଦେବ । ପ୍ରାୟ ୩୦୩୭ ଟନ ବିଶିଷ୍ଟ ଏହି ଯୁଦ୍ଧପୋତ ମୁମ୍ବାଇର ମାଜାଗାଁଓ ସ୍ଥିତ ଜାହଜ ନିର୍ମାଣକାରୀ କେନ୍ଦ୍ରରେ ଜଳାବତରଣ କରିଛି ।

 

ଶତ୍ରୁ ପକ୍ଷର ରାଡାରକୁ ମାତ୍‌ ଦେବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏଥିରେ ଏକାଧିକ ମଲଟିରୋଲ ହେଲିକାପ୍ଟର ରହିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଥିରେ ଲାଗିଥିବା ଅସ୍ତ୍ରଶସ୍ତ୍ର ଓ ସେନସର । ଏଥିରେ ଭର୍ଟିକାଲ ଲଞ୍ଚ୍‌ ମିସାଇଲ ଲାଗିଛା ଯାହାକି ଶତ୍ରୁପକ୍ଷର ମିସାଇଲ ଓ ବିମାନକୁ ଦୂରରୁ ଧ୍ୱଂସ କରିପାରିବ । ଏଥିରେ ମଧ୍ୟ ମଲଟିଫଙ୍କସନାଲ ରାଡାର ଲାଗିଛି । ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଏହାର ନିର୍ମାଣ କରାଯାଇଛି । ଭାରତର ଜଳସୀମାର ସୁରକ୍ଷା ପାଇଁ ଏଗୁଡ଼ିକୁ ନିୟୋଜିତ କରାଯିବ ।

ସମ୍ବନ୍ଧିତ ଖବର